ଏନେଇ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ବୋହୂକୁ ପଚରାଉଚରା ଜାରି ରଖିଛି। କାହିଁକି ସେ ତାଙ୍କ ଶାଶୂଙ୍କୁ ଏପରି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କିଭଳିକା ବୋହୂ। ଶାଶୁକୁ ଶିକୁଳି ପକାଇ ମାଡ ମାରିଲା ବୋହୂ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ମଞ୍ଚେଶ୍ଵର ଅଞ୍ଚଳରେ । ସ୍ଥାନୀୟ ଲୋକେ ବିରୋଧ କରିବାରୁ ରାଗି ଉଠିଥିଲା ବୋହୂ । ମଞ୍ଚେଶ୍ୱରର RMC ଅଫିସ୍ ନିକଟରେ ବୋହୂ ଜଣକ ଶାଶୁକୁ ଲହୁଲୁହାଣ କରିଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚିଛନ୍ତି ।
ଏନେଇ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ବୋହୂକୁ ପଚରାଉଚରା ଜାରି ରଖିଛି। କାହିଁକି ସେ ତାଙ୍କ ଶାଶୂଙ୍କୁ ଏପରି ରଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ପୁରୀ: ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ 5 ଟା ଠାରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଓ ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି ।
ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର