ଗଜପତି ଜିଲ୍ଲାପାଳ ଙ୍କ ପରାମର୍ଶ...
କୋରାପୁଟ: ବହୁ ଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣଦୁର୍ଷ୍କମ ଓ ଆତ୍ମହତ୍ୟା ମାମଲାରେ ଭିନ୍ନ ମୋଡ଼ । ପୋଲିସ ସଠିକ ଢଙ୍ଗରେ ତଦନ୍ତ କରିନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଜୟପୁରର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନ୍ୟାୟାଳୟରେ ପୀଡିତାଙ୍କ ପରିବାର ଲୋକ ହାଜର ହୋଇଥିବାବେଳେ ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏଥିସହ ଆଇନଗତ ସହାୟତା ପ୍ରଦାନ କରିବାକୁ ଆବେଦନ କରିଛନ୍ତି ପରିବାର ଲୋକେ । ନୋ କ୍ଲୁ ଓ ତଥ୍ୟଗତ ତ୍ରୁଟି ଉଲ୍ଲେଖ କରି ମାମଲାକୁ ଖାରଜ କରିବା ସହ ପୋଲିସ ପକ୍ଷରୁ କୋର୍ଟରେ ଚୂଡାନ୍ତ ଫର୍ମ ଦାଖଲ ହୋଇଥିବା ଯୋଗୁଁ ପରିବାର ବର୍ଗ ଏହି ମାମଲାକୁ ନେଇ ପୁଣି ଲଢ଼ିବା ପାଇଁ ଆବେଦନ କରିଛନ୍ତି ।