ମମିତାଙ୍କ ସାନ ଭାଇ ବାଣ୍ଟି ମେହେର ପ୍ରଥମେ ନିଖୋଜ ହେବାର ଏତଲା ସିନ୍ଧେକେଲା ଥାନାରେ ଦେଇଥିବା ବେଳେ ସେ ସାକ୍ଷୀ ଭାବରେ ଉପସ୍ଥିତ ଥିଲେ । ଏହି ମାମଲାକୁ ଲଢ଼ୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ ମମିତା ମେହେରଙ୍କ ଦୁଇ ଭାଇଙ୍କ ସାକ୍ଷ ଗ୍ରହଣ କରାଯାଇଛି । ବାଣ୍ଟିଙ୍କ ସାକ୍ଷ ପୁରା ହୋଇନଥିବା ବେଳେ ଶୁକ୍ରବାର ସେ କୋର୍ଟରେ ହାଜର ହେବେ ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଏହି ମାମଲାରେ ୧୬୯ ଜଣଙ୍କୁ ସାକ୍ଷ କରାଯାଇ ଥିବା ବେଳେ ତ୍ୱରାନ୍ୱିତ ବେଗ ରେ ଏହି ମାମଲା ଶେଷ ହେବ ବୋଲି ସେ ସୂଚନା ଦେଇଥିଲେ।
ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ ଆଜି ୪ ଜଣ ସାକ୍ଷ ଗ୍ରହଣ କରାଯାଇ ଥିବା ବେଳେ ମମିତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ ଓ ତାଙ୍କୁ ଦେଖା ରେଖା କରିବା ପାଇଁ ମମିତାଙ୍କ ମାଆ ସାଙ୍ଗରେ ଥିବା ଯୋଗୁ ସେମାନେ ଉପସ୍ଥିତ ହୋଇପାରିଲେ ନାହିଁ । ସାକ୍ଷ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପରେ ବଲାଙ୍ଗୀର ଏସପି ନିତିନ କୁଶଳକର ଏଡିଜେ କୋର୍ଟ ରେ ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।