ପୋଲିସ ପ୍ରାଥମିକ ତଦନ୍ତରୁ ସ୍ୱାମୀ, ସ୍ତ୍ରୀ ଓ ଝିଅକୁ ମରଣାସ୍ତ୍ରରେ ମୁଣ୍ଡରେ ପିଟିପିଟି ହତ୍ୟା କରିଥିବା ବେଳେ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି I ଘରର ଉପର ମହଲା ଘରେ ମା ଓ ଝିଅଙ୍କ ଶବ ପଡ଼ିଥିବା ବେଳେ ତଳ କୋଠାରେ ବାପା ଓ ପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି I ଘରର ବିଭିନ୍ନ ସ୍ଥାନରେ ରକ୍ତ ଛିଟିକା ପଡ଼ିଥିବା ବେଳେ ଭେଡେନ ଥାନାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି I ସେହିପରି ସାଇଣ୍ଟିଫିକ ଟିମ ଘର ଭିତରୁ ଏକ ଲୁହା ରକ୍ତ ଲଗା ହାତୁଡ଼ି ଓ ମୋବାଇଲ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି I ତେବେ ମୃତ ଶେଷ ମେହେର ଜଣେ ବୁଣାକାର ହୋଇଥିବା ବେଳେ ସେ ଦୁଇଟି ମହିଳାଙ୍କୁ ବିବାହ କରିଥିଲେ I
ପ୍ରଥମ ପତ୍ନୀଙ୍କ ପୁଅ ଅରବିନ୍ଦ ଓ ଝିଅ ବୃନ୍ଦାବତୀ ଥିବା ବେଳେ ଦ୍ଵିତୀୟ ପତ୍ନୀ କ୍ଷୀରେଶ୍ବରୀଙ୍କ ଗୋଟିଏ ଝିଅ ଶିବାନୀ ମେହେର ଥିଲେ I ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିବାରୁ ଶେଷ ମେହେର ଦ୍ଵିତୀୟ ବିବାହ କରିଥିଲେ I ତେବେ ଅରବିନ୍ଦଙ୍କ ବିବାହକୁ ନେଇ ପରିବାର ମଧ୍ୟରେ ପୂର୍ବରୁ ଝଗଡା ଲାଗି ରହୁଥିଲା I ଏହାକୁ କେନ୍ଦ୍ର କରି ଅରବିନ୍ଦ ଓ ସାବତ ମା କ୍ଷୀରେଶ୍ବରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା I
ଏଥି ସହିତ ବିଭିନ୍ନ ବ୍ୟବସାୟ କରି ଅରବିନ୍ଦ ବିଫଳ ମଧ୍ୟ ହୋଇ ସାରିଥିଲେ ,ଏହି ଘଟଣାକୁ ନେଇ ଅରବିନ୍ଦ ଗତ 4 ଦିନ ତଳେ ରାତିରେ ମା ଓ ଭଉଣୀଙ୍କୁ ହତ୍ୟା କରିବା ପରେ ନିଜ ପିତାଙ୍କୁ ହତ୍ୟା କରିଥିବା ଏବଂ ଏହାପରେ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ପୋଲିସ ଶେଷ ମେହେରଙ୍କ ବଡ଼ ଝିଅ ବୃନ୍ଦାବତୀ ମେହେରଙ୍କ ଏତଲା କ୍ରମେ ଭେଡେନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି I
ଖୁବ ଶୀଘ୍ର ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ହେବ ବୋଲି ବରଗଡ଼ ଏସପି ସ୍ମିଥ ପରମାର ଦାଶ କହିଛନ୍ତି ଅନ୍ୟ ପଟେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଘଟନା ସ୍ଥଳ କୁ ଯାଇ ତାଙ୍କ ସମ୍ପର୍କୀୟ ଙ୍କୁ ଭେଟିଥିଲେ ଓ ପୋଲିସ୍ ପ୍ରଶାସନ ସହିତ ମଧ୍ୟ ଆଲୋଚନା କରି ଘଟଣା ର ସଠିକ୍ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।ଅନ୍ୟ ପଟେ ଘର ଭିତରୁ ମିଳିଥିବା ଲୁହା ହତୁଡି ରେ ଲାଗି ଥିବା ଫିଙ୍ଗର୍ ପ୍ରିଣ୍ଟ ହତ୍ୟା କାଣ୍ଡ ଘଟଣା ର ରହସ୍ୟ ଖୋଲିବ ବୋଲି ସୂଚନା ରହିଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।