କଟକ: ନୂଆ ରୂପ ପାଇବ ମାଁ ଶ୍ମଶାନ କାଳୀ ମନ୍ଦିର। ତିଆରି ହେବ ଟେମ୍ପଲ୍ କମ୍ପ୍ଲେକ୍ସ। ନେତାଜୀ ବସ୍ ଟର୍ମିନାଲ ସହ ମନ୍ଦିର ଓ ତା ଆଖପାଖ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଦୁଇ କୋଟି ଟଙ୍କା। ସ୍ପେଶାଲ୍ ପ୍ରୋବ୍ଲେମ୍ ଫଣ୍ଡରୁ ଏହି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ମନ୍ଦିରର ଉନ୍ନତିକରଣ କିଭଳି ହେବ ସେ ନେଇ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏକ ପ୍ରସ୍ତାବ ଦେଇଛନ୍ତି ।
ସ୍ପେଶାଲ୍ ପ୍ରୋବ୍ଲେମ୍ ଫଣ୍ଡରୁ ଏହି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 2 ଏକର 18 ଗୁଣ୍ଠ ଜାଗାରେ ଥିବା ଏହି ମନ୍ଦିରର ଆବଶ୍ୟକ ଅନୁଯାୟୀ ଉନ୍ନତିକରଣ ହେବ। ବସ୍ ଟର୍ମିନାଲକୁ ଆସୁଥିବା ଲୋକେ ମନ୍ଦିରରେ କିଭଳି ଭଲ ଭାବେ ଦର୍ଶନ କରି ପାରିବେ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ତେବେ ମନ୍ଦିରର ଉନ୍ନତିକରଣ ପାଇଁ stakeholder ଙ୍କ ସହ ଆଲୋଚନା କରାଯାଇ ପ୍ରକଳ୍ପ ତିଆରି କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବିଧାୟକ।
ସେପଟେ ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ। ମନ୍ଦିରର କିପରି ଭାବେ ଉନ୍ନତିକରଣ ହେବ ଓ ସେଥିରେ କଣ କଣ କାର୍ଯ୍ୟ କରାଯିବ ସେ ନେଇ ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି।
ଖାଲି ଏତିକି ନୁହେଁ ମନ୍ଦିର ପଛପଟେ ଥିବା ପୁଷ୍କରିଣୀକୁ ଉଛେଦ ନକରିବା ପାଇଁ ନିବେଦନ କରିଛନ୍ତି ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା ।ଶ୍ମଶାନ କାଳୀ ମନ୍ଦିରର ଉନ୍ନତିକରଣର ରୂପରେଖ କେମିତି ରହିବ ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆସନ୍ତା ମାସରୁ ଆରମ୍ଭ ହେବ ଏହି କାର୍ଯ୍ୟ।