ଏହାସହ ପରିଚୟପତ୍ର ମଧ୍ୟ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ହୋଇଥିବା କିଓସ୍କୋରେ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ ନିଜର ଫଟୋଗ୍ରାଫି କରିବା ସହ ହାତକୁ ସାନିଟାଇଜ କରିବେ ।
କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ କରୋନାର ଦୁଇଟି ପର୍ଯ୍ୟାୟ ଟିକାକରଣ ନେଇଥିବେ ସେମାନେ ମଧ୍ୟ ବିନା କୋଭିଡ ନେଗେଟିଭ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ କରିବେ ।
ତେବେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରିବା ବାଧ୍ୟତା ମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ତିନୋଟି ଟିମ ରହି କୋଭି ଗାଇଡଲାଇନ କିଭଳି ଅନୁପାଳନ ହୋଇପାରିବ ସେନେଇ ଅନୁଧ୍ୟାନ କରିବେ।