ତେଣୁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି । ସେପଟେ XE variant ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । କହିଛନ୍ତି, XE variant UKରୁ ଆସିଛି । ଏହାର ସଂକ୍ରମଣ ଗତି ଅଛି, ହେଲେ ଏତେ ଭୟାବହ ନାହିଁ । ଯିଏ ଚିହ୍ନଟ ହୋଇଛନ୍ତି, ତାଙ୍କ ସବିଶେଷ ତଥ୍ୟ କେନ୍ଦ୍ର ସରକାରଙ୍କ ଟାସ୍କ ଫୋର୍ସ ପାଖରୁ ଆସି ନାହିଁ। ଏହା ଏକ sub- variant ।
ଯାହାର ପ୍ରଭାବ ଅଛି, ହେଲେ ଭୟାବହତା ନାହିଁ । ଚିହ୍ନଟ ବ୍ୟକ୍ତି ଲକ୍ଷଣବିହୀନ । ଏହାର genetic study ହେଉଛି । କେନ୍ଦ୍ର ସରକାର ମାର୍ଗଦର୍ଶିକା ଦେବା ପରେ ଯାହା କହି ହେବ ବୋଲି ସେ କହିଛନ୍ତି ।