ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା ସେଥିରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟୀକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ସେହିପରି ପର୍ଯ୍ୟଟକଙ୍କ ପାଇଁ ଆଇସିଏମଆର ଦେଇଥିବା ଚେତାବନୀ ପ୍ରସଙ୍ଗରେ ନିରଞ୍ଜନ ମିଶ୍ର କହିଛନ୍ତି, ବାରମ୍ବାର ଲୋକଙ୍କୁ ନିବେଦନ କରାଯାଉଛି, ଯେ ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।
ଯାହା ଉତ୍ସବ ପାଳନ କରିବା କଥା ଘରେ କରନ୍ତୁ । ଯେଉଁମାନେ ବାହାରୁ ଆସୁଛନ୍ତି କୋଭିଡ କଟକଣା ପାଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।