ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ନେଇ ଅଧିକ ସତର୍କ ହୋଇଛନ୍ତି ସରକାର । ଛତିଶଗଡ ପଟୁ ସଂକ୍ରମଣର ଭୟ ଥିବାରୁ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକ ନିଜ ସୀମା ସିଲ୍ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ବଢୁଥିବା କରୋନା ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ସୀମାନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଅର୍ଗସ ବ୍ୟୁରୋ: ଆଜିଠାରୁ ରାଜ୍ୟରେ ଲାଗୁହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜ୍ୟର ୨୦ ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଏହା ସହ ଅନ୍ୟ ୧୦ ଟି ଜିଲ୍ଲାରେ ସଂନ୍ଧ୍ୟା ୬ ରୁ ସକାଳ ୫ ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ରହିବ । ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁକୁ ସଫଳ କରିବାକୁ ବିଏମସି ପକ୍ଷରୁ ଆହ୍ୱାନ ଦିଆଯାଇଛି । ତେବେ ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିବ । କେହି ଯେମିତି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେନେଇ ବିଏମସି ସତର୍କ ଥିବା କଥା କହିଛି । ସେହିପରି ସୀମାନ୍ତ ୧୦ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସପ୍ତାହନ୍ତା ସଟଡାଉନ ଲାଗୁ ହୋଇଛି ।
ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ନେଇ ଅଧିକ ସତର୍କ ହୋଇଛନ୍ତି ସରକାର । ଛତିଶଗଡ ପଟୁ ସଂକ୍ରମଣର ଭୟ ଥିବାରୁ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକ ନିଜ ସୀମା ସିଲ୍ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ବଢୁଥିବା କରୋନା ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ସୀମାନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଟଙ୍କା ପାହାଡ଼ର ଫିଟୁଛି ଗୁମର। ତୃତୀୟ ଦିନରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ବିଭିନ୍ନ ଠିକଣା ସମେତ ତାଙ୍କ ସହଯୋଗୀଙ୍କ ମଦ ବ୍ୟବସାୟର ବିଭିନ୍ନ ଠିକଣାରେ ବି ଜାରି ରହିଛି ଆଇଟି ରେଡ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା ଜବତ ହୋଇଛି। ତେବେ ଆୟକର ଫାଙ୍କିବା କଣ ଗୋଟିଏ କାରଣ ନା ଏତେ ସବୁ ଟଙ୍କା ପଛର ସତ ଆଉ କିଛି ସେନେଇ ଖୋଳତାଡ଼ ଜାରି ରହିଛି। ହେଲେ ଏ ସବୁ ଭିତରେ ସନ୍ଦେହ ଘେରକୁ ଆସିଛି ବିଜେଡି ସରକାର ଓ ପ୍ରଶାସନର ଭୂମିକା। ମଦ ବେପାରୀଙ୍କ ସହ ଟିଟିଲାଗଡ଼ ବିଧାୟିକାଙ୍କ ଫଟୋ ଭାଇରାଲ୍ ହୋଇଛି।
ଯାହାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନବାଚୀ। ବିଜେଡି ଛତ୍ରଛାୟାରେ ଓଡ଼ିଶାରେ ଚାଲିଥିଲା କି କଂଗ୍ରେସ ସାଂସଦଙ୍କ ମଦ ସାମ୍ରାଜ୍ୟ। ସନ୍ଦେହ ଘେରକୁ ଆସିଛି ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ନେତା ଯୋଗେଶ ସିଂହଙ୍କ ଭୂମିକା। ତେବେ ଏ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଦାବି ଉଠୁଥିବା ବେଳେ କଂଗ୍ରେସ ସାଂସଦ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ଏ ପର୍ଯ୍ୟନ୍ତ ଜବତ ହେଲାଣି 3 ଶହ କୋଟିରୁ ବି ଅଧିକ ନଗଦ ଟଙ୍କା। ଆୟକର ଫାଙ୍କି ଠୁଳ କରିଥିବା ଟଙ୍କାକୁ ଟ୍ରକରେ ବୋହିନେଇଛନ୍ତି ଆୟକର ଅଧିକାରୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ପଢ଼ନ୍ତୁ ଆପଣଙ୍କ ରାଶିଫଳ କଣ କହୁଛି।
ମେଷ-
ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବୈବାହିକ ଜୀବନରେ ମଧୁରତା ଆସିପାରେ । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ଚାଳିଶା ପାଠ କରନ୍ତୁ
ବୃଷ-
ବଡ ବ୍ୟବସାୟ ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇବେ । କୌଣସି କାର୍ୟ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ମହିଳା ମିତ୍ରଙ୍କ ସାହାର୍ୟ୍ୟ ମିଳିବ ।ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ଦାମ୍ପତ୍ୟ ଜୀବନରେ ସୈାହାର୍ଦ୍ଦ୍ୟ ବଢିପାରେ । ନିର୍ମାଣ କାର୍ୟ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତୃଙ୍କ ଠାରୁ ଦୂରରେ ରହିଲେ ଭଲ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଲାଭ କରିବେ । ଅନ୍ଲାଇନ ବ୍ୟବସାୟ କରିବାକୁ ଭାବିବେ । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ
କନ୍ୟା-
ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । ଆୟ ଅନୁଯାୟୀ ହାତ ଖୋଲା ଖର୍ଚ୍ଚ କରିବେ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ଆପଣଙ୍କ କଥାକୁ ଲୋକେ ଗମ୍ଭୀରତାର ସହ ଶୁଣିବେ । ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଖେଳକୁଦରେ ମନ ଦେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ତୁଳା-
ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ମାନ ମର୍ୟ୍ୟଦାରେ ଅଭିବୃଦ୍ଧି ଘଟିବ । ସୂର୍ଣ୍ଣଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ବିଛା-
ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ହାତକୁ ନେବେ । ହଜିଥିବା ଜିନିଷର ସନ୍ଧାନ ପାଇ ପୁରାଦିନ ଖୁସି ରହିବେ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ , ମଧ୍ୟମ ଧରଣର ଫଳ ପାଇବେ । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ
ଧନୁ-
ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞିବାରେ ସାହାର୍ୟ୍ୟ କରିବ । କବିଙ୍କର କୈାଣସି କବିତାରେ ପ୍ରଂଶସା ହୋଇପାରେ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
କୈାଣସି ସହପାଠୀ ଆପଣଙ୍କର ସାହାର୍ୟ୍ୟ ଆଶା କରିପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । କର୍ମ କରିବା ଶୈଳୀରେ ପରିବର୍ତନ ଆଣିବେ ଓ କର୍ମ ପାଇଁ ସମ୍ମାନିତ ହେବେ ।
ସାମାଜିକ କାର୍ୟ୍ୟରେ ଅଂଶଗ୍ରହଣ କରିବେ । ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଋଣ ସୂତ୍ରରେ ଅର୍ଥ ପାଇ ପାରନ୍ତି । ହଠାତ୍ ସନ୍ତାନଙ୍କ ପାଇଁ ଚିନ୍ତା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ । ବହୁ ଦିନର ମନସ୍କାମନା ପୂରଣ ହେବ । ବ୍ୟସ୍ତତା ଭିତରେ ସମୟ ବିତାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ
ମୀନ-
ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । ବନ୍ଧୁତ୍ୱ ସମ୍ପର୍କରେ କିଛି ଉନ୍ନତି ଆସିବ ଏବଂ ତାଙ୍କ ସହିତ ମିଶି କଛି ନୂଆ ଯୋଜନା କରିବେ । ଘର ପାଇଁ ନୂଆ ଆସବାବ କ୍ରୟ କରିବେ । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର:
ଅର୍ଗସ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଜୁନିଅର ମେହମୁଦ। ହିନ୍ଦୀ ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁନିଆକୁ ଅଲବିଦା କହିଛନ୍ତି ଜୁନିଅର ମେହମୁଦ । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୭ ବର୍ଷ ବୟସ ହୋଇଥିଲା। ୭୦-୮୦ ଦଶକର ତାଙ୍କ ଅଭିନୟର ଯାଦୁ ଦେଖାଇଥିବା ଜୁନିଅର ମେହମୁଦ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି। ଅଭିନେତାଙ୍କ ଜୁନିଅର ମେହମୁଦ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତାଙ୍କ ଦେହାନ୍ତ ଖବରକୁ ତାଙ୍କ ଘନିଷ୍ଠ ବନ୍ଧୁ ସଲିମ କାଜୀଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ତାଙ୍କ ମୃତ୍ୟୁ ପରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୁଃଖର ଛାଇ ଖେଳିଯାଇଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ।
`କାରବାଁ', 'ହାଥୀ ମେରେ ସାଥି' ଏବଂ 'ମେରା ନାମ ଜୋକର' ଭଳି ଚଳଚ୍ଚିତ୍ରରେ ନିଜର ଦକ୍ଷ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: