କେହି ଯେମିତି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେନେଇ ବିଏମସି ସତର୍କ ଥିବା କଥା କହିଛି । ସେହିପରି ସୀମାନ୍ତ 10 ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସପ୍ତାହନ୍ତା ସଟଡାଉନ ଲାଗୁ ହୋଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକୁ ନେଇ ଅଧିକ ସତର୍କ ହୋଇଛନ୍ତି ସରକାର ।
ଛତିଶଗଡ ପଟୁ ସଂକ୍ରମଣର ଭୟ ଥିବାରୁ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକ ନିଜ ସୀମା ସିଲ୍ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ବଢୁଥିବା କରୋନା ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ସୀମାନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।