ମାଓ ପ୍ରବଣ ଅଞ୍ଚଳ ହେତୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି l ଏ ହେଉଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର ଥିବା ପ୍ରସିଦ୍ଧ ପାତାଳଗଙ୍ଗା ପର୍ଯ୍ୟଟନ ସ୍ଥଳୀ l ଆଉ ଏଠାରେ ମହାଶିବ ରାତ୍ରିରେ ଚଳ ଚଞ୍ଚଳ ହୋଇ ପଡିଛି ଶୈବ ପୀଠ ପରିସର l ବହୁ ପୁରାତନ ଶୈବପିଠ ରେ ବେଶ ଜଣା ଶୁଣା ଥିବା ବେଳେ ଆଜି ଶିବ ରାତ୍ରିରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ରହିଥିଲା l ଭକ୍ତ ମାନେ ଲମ୍ବା ଲାଇନ ହୋଇ ପୂଜାର୍ଚନା କରିଥିଲେ l ଏଥିରେ ପଡୋଶୀ ଛତିଶଗଡ ସମେତ ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ଭକ୍ତଙ୍କ ଭିଡ଼ ଜମିଥିଲା l ମାଓ ପ୍ରବଣ ଅଞ୍ଚଳ ହେତୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା l