ଅର୍ଗସ ବ୍ୟୁରୋ: ଆଜି ବିଶ୍ବ ଏଡସ ଦିବସ। ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଚଳିତ ବର୍ଷ ଏଡସ୍ ଦିବସର ଥିମ ରହିଛି `ଟେକ୍ ଦ ରାଇଟ ପାଥ୍, ମାଇଁ ହେଲଥ୍, ମାଇଁ ରାଇଟସ୍ । ୨୦୩୦ ସୁଦ୍ଧା ବିଶ୍ବକୁ ଏଡସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ଓଡିଶାରେ ଏଡସ ରୋଗୀଙ୍କ ସଂଖ୍ୟା କମୁଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ତ୍ତମାନ ରାଜ୍ୟରେ ମାତ୍ର 50000 ହଜାର ଆକ୍ଟିଭ ରୋଗୀ ଥିବାବେଳେ,ଗଞ୍ଜାମରେ ସର୍ବାଧିକ 20000 ଓ ସୋନପୁରରେ ସର୍ବନିମ୍ନ 150ରେ ଏଡ୍ସ ରୋଗୀ ଅଛନ୍ତି। 2030 ସୁଦ୍ଧା ଜିରୋ ଏଡ୍ସ ରୋଗୀ କରିବା ଲକ୍ଷ ରଖିଛନ୍ତି ରାଜ୍ୟ ସରକାର ।