ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ମହିବିଳା ଗ୍ରାମର ଦୃଶ୍ୟ I ଅନେକ ବର୍ଷ ହେଲା ଝାଟି ମାଟି କୁଡିଆ ଘରେ ଜୀବନ ଜାପନ କରୁଛନ୍ତି ଗ୍ରାମବାସୀ । ଜଙ୍ଗଲରୁ ସରଗି ପତ୍ର ସଂଗ୍ରହ କରି ଖଲି ଦନା ତିଆରି କରି ଦିଇ ପଇସା ରୋଜଗାର କରନ୍ତି ଏମାନେ। ଆବାସ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପ୍ରଚାର ସର୍ବସ୍ବ ଥିଲା ୨୪ ବର୍ଷର ବିଜେଡି ସରକାର। ଆବାସ ଯୋଜନାରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏ ହେଉଛି ତାର ଅସଲ ଚିତ୍ର। ଏବେ ବଦଳିଛି ସରକାର, ନୂଆ ସରକାରରେ ଲୋକଙ୍କ ମନରେ ନୂଆ ଆଶା। କେବେ ବଦଳିବ ଦୁର୍ଗମବାସୀଙ୍କ ଭାଗ୍ୟ। ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: