ସମୟ ପାଖରେ ସେମାନେ କିନ୍ତୁ ନିସଙ୍ଗ ଆଉ ଅସହାୟ ହୋଇ ପଡିଛନ୍ତି। ଆଖିର ଲୁହ, ଓଠ ପିଉଛି ଏଠି। ବଳକା ଲୁହକୁ ହାତରେ ପୋଛି ପକାଉଛନ୍ତି ସ୍ବାମୀ। ଏ ଦୁନିଆରେ ଦୁଃଖ କାହାଣୀର ପଟାନ୍ତର ନାହିଁ। କିନ୍ତୁ ଏମାନଙ୍କ ଦୁଃଖ କାହାଣୀ ସବୁଠୁ ଭିନ୍ନ। ଘଟଣାକ୍ରମ ଜାଣିବା ଆଗରୁ ଆମେ ଆପଣଙ୍କୁ କହିରଖୁ, ଏ ସ୍ଥାନ ହେଉଛି ରାଜଧାନୀ ଭୁବନେଶ୍ବରର। ମାନବାଧିକାର କମିଶନର ଦ୍ବାରସ୍ଥ ହୋଇଥିବା ଏ ଦମ୍ପତ୍ତି ହେଉଛନ୍ତି ଯାଜପୁର ବରୀ ଅଞ୍ଚଳର। ନାଁ ମନ୍ମଥ ମହାରଣା ଓ ବିଳାସିନୀ ମହାରଣା।
ରାତି ପ୍ରାୟ ୧୨ଟା ହବ। ଘନ ଅନ୍ଧାର ଭିତରେ ନିଜ ମଣିଷ ପଣିଆକୁ ହଜେଇ ଦେଇଥିବା ପିଲାଗୁଡାକ ତାଙ୍କୁ ଘରୁ ତଡିଦେଲେ। ବୋହୁମାନଙ୍କ ପ୍ରରୋଚନାରେ ପୁଅଗୁଡାକ ଚୁପ୍ ରହିଲେ। ଶୀତ କାକରରେ ବୁଢା ବୁଢୀ ଦିଟାଙ୍କୁ ମରିବାକୁ ଛାଡି ଦିଆଗଲା। ଆଉ ସେମାନେ ବି ଜୀବନ ବିକଳରେ ଚାଲି ଆସିଛନ୍ତି ଭୁବନେଶ୍ବର।
ବିଳାସିନୀଙ୍କ କହିବା କଥା, ବଡ ପୁଅ ବୋହୁ ତାଙ୍କର ଦେଖାଶୁଣା କରୁଥିଲେ। ଅନ୍ୟ ତିନି ପୁଅ ବୋହୁ ଅଣଦେଖା କଲେ। ମୁଠାଏ ଖାଇବାକୁ ବି ଦେଲେନି । ଓଲଟା ଝଗଡ଼ା କଲେ। ମିଇପ ବୋଲିଆ ପୁଅମାନେ ସବୁ ଦେଖି ଚୁପ ରହିଲେ। ଏବେ ନ୍ୟାୟ ଆଶାରେ ଲୁହ ଗଡାଉଛନ୍ତି ଦୁହେଁ। ଦେଖିବାକୁ ରହିଲା ନ୍ୟାୟ ମିଳୁଛି ନା ଅନୁତାପ ?
ଓଡିଶା ଖବର ଆହୁରି ପଢ଼ନ୍ତୁ ।