ROK THOK: ପୋଷା ଶୁଆଙ୍କ ଘୋଷା କଥା
ନୟାଗଡ଼: ନୟାଗଡ଼ରେ ପୁଣି ପଥର ମାଫିଆଙ୍କ ଆତଙ୍କ । ନୟାଗଡ଼ ଓଡ଼ଗାଁ ଥାନା ଗିରିଡ଼ିପଲ୍ଲୀ ଅଂଚଳରେ ପଥର ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ । ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଙ୍ଗ ଓ ଖଣି ଲୁଟ ନେଇ ତହସିଲଦାରଙ୍କୁ ସୂଚନା ଦେବାରୁ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗିରିଡ଼ିପଲ୍ଲୀ ଗାଁର କବିଚନ୍ଦ୍ର ନାୟକଙ୍କୁ ସେହି ଗାଁର କିଛି ପଥର ମାଫିଆ ଆକ୍ରମଣ କରିଥିବା ସୂଚନା ମିଳିଛି ।
ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସାଂଘାତିକ ହେବାରୁ ନୟାଗଡ଼ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷେ ଏ ନେଇ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସମସ୍ତ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ରହିଥିବା ସୂଚନା ମିଳିଛି ।