ଆଜି ବି ଟିଣ ଛପର ଆଜବେଷ୍ଟସ ଘରେ ଶିକ୍ଷାଦାନ କରାଯାଉଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଶିକ୍ଷା ବ୍ୟବସ୍ଥା ର ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର 1 କୋଟି 50 ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। କିନ୍ତୁ ଦୁଃଖ ର ବିଷୟ, ଏହି ଅନୁଦାନ ଦ୍ଵାରା ଆରମ୍ଭ ହୋଇଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସରି ପାରୁ ନାହିଁ। 2018/19 ରେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ରେ ଶିକ୍ଷା ବ୍ୟବସ୍ଥାର ଭିତିଭୂମି ର ବିକାଶ ପାଇଁ ରାଜ୍ୟ ସରକାର 1କୋଟି 50 ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରି ଥିଲେ। ଏ ଅନୁଦାନ ଅର୍ଥ କୁ ପ୍ରକଳ୍ପ ଆରମ୍ଭ କରିବା ପାଇଁ ବାଲିଗୁଡ଼ା ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଦୀର୍ଘ ଦିନ ପର୍ଯ୍ୟନ୍ତ କୌଣସି କାମ ହୋଇ ପାରିଲା ନାହିଁ।
କିନ୍ତୁ ତତ୍କାଳୀନ ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କ ହସ୍ତକ୍ଷେପ ଯୋଗୁଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ହୋଇ କାମ ଆରମ୍ଭ ହେଲା ହେଲେ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଅଧା ବି ହୋଇ ନାହିଁ କି ଛାତ ପଡ଼ି ପାରିଲା ନାହିଁ। କାମ ବି ବହୁତ ମନ୍ଥର ଗତି ରେ ହେଉଥିବା ଅଭିଯୋଗ କରିଛନ୍ତି କିଛି ଛାତ୍ର ଛାତ୍ରୀ ଓ ଅଧ୍ୟାପକ। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ 1979ମସିହାରେ ପ୍ରତିଷ୍ଠା ଲାଭ କରିଥିଲା। +2 ରୁ +3 (Arts,Sc,Com) ପର୍ଯ୍ୟନ୍ତ ସମୁଦାୟ 2202 ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ମହାବିଦ୍ୟାଳୟ ଆରମ୍ଭ ହେଲା ଠାରୁ +3 ବିଜ୍ଞାନ ପାଠ୍ୟକ୍ରମ ପାଠ ପଢା ଯାଉ ନ ଥିଲା। ଛାତ୍ର ଛାତ୍ରୀ ଙ୍କ ଦୀର୍ଘଦିନ ର ଦାବି ଯୋଗୁଁ 2022 ରେ +3 ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ହେଲେ ଶ୍ରେଣୀ ଗୃହ ର ଘୋର ଅଭାବ ପରିଲକ୍ଷିତ ହେଉଛି। ଭଙ୍ଗା ଦଦରା କୋଠରୀ ଓ ଲାବରେ ପାଠ ପଢୁଥିବା ଦେଖିବାକୁ ମିଳୁଛି।