ଦେଖନ୍ତୁ ଏହି ଫଟୋ ଗୁଡିକୁ । ଲାଗୁଛି ଏଗୁଡିକ କୌଣସି ଜଳହୀନ ଟାଙ୍ଗରା ଉପତ୍ୟାକାର ଚିତ୍ର । ଯଦି ଆମେ କହୁ, ଏଇଠି ବହି ଯାଏ ମହାନଦୀ, ତାହେଲେ ହୁଏତ ଆପଣଙ୍କ ବିଶ୍ବାସ କରିବେନି । କିନ୍ତୁ ଏହା ଅପ୍ରିୟ ସତ୍ୟ ।
ଏହା ହେଉଛି ସେହି ସ୍ଥାନ ଯେଉଁଠି ଦିନେ ବିରାଟ ସାଧାରଣ ସଭା କରି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହାନଦୀକୁ ଓଡିଶାର ମା’ ଓ ଗଙ୍ଗା ନଦୀ ବୋଲି ବର୍ଣ୍ଣନା କରିଥିଲେ । ମହାନଦୀକୁ ବଞ୍ଚାଇବା ପାଇଁ ନିଜର ଶେଷ ରକ୍ତ ବିନ୍ଦୁ ନିଗାଡି ଦେବେ ବୋଲି ଶପଥ ନେଇଥିଲେ । କିନ୍ତୁ ଆଜି ସେହି ସ୍ଥାନର ବିକଳ ଚିତ୍ର ମହାନଦୀର ମୃତ୍ୟୁର କାହାଣୀ ହିଁ କହୁଛି । ଧିକ୍କାର କରୁଛି ସେ ଦିନ ମହାନଦୀକୁ ବଞ୍ଚାଇବା ପାଇଁ କରା ଯାଇଥିବା ମିଛ ଘୋଷଣା ଓ ଶପଥକୁ ।
ଶୁଖିଲା ମହାନଦୀର ଏହି ଫଟୋଚିତ୍ର ଗୁଡିକୁ ଉତ୍ତୋଳନ କରିଛନ୍ତି ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ର ନେତା ସୁଦର୍ଶନ ଦାସ । ସେ ଏଗୁଡ଼ିକୁ ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରି, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଏକ ଖୋଲା ଚିଠି । ଆକୁଳ ନିବେଦନ କରି କହିଛନ୍ତି, ଯଦି ଏ ଚିତ୍ର ଗୁଡିକ ଆପଣଙ୍କୁ ପ୍ରକୃତରେ ଆନ୍ଦୋଳିତ କରୁଥିବ, ତୁରନ୍ତ ପଦକ୍ଷେପ ନିଅନ୍ତୁ । ଆମ ଜୀବନ ରେଖା ସାଜିଥିବା ମହାନଦୀକୁ ମୃତ୍ୟୁ ମୁଖରୁ ବଞ୍ଚାନ୍ତୁ ।