ଏଥିରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ନୂଆ ଗାଇଡଲାଇନ୍ ଆସିପାରେ । ସୋମବାର ଦିନ ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି । ଏହା ପରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ବିଷୟରେ ଅବଗତ କରାଇଛନ୍ତି ।
ସଂଧ୍ୟାରେ ମୁଖ୍ୟ ସଚିବ, ଗୃହ ସଚିବ ଓ ପୁଲିସି ଡିଜିଙ୍କ ସହ କମିସନର ଆଲୋଚନା କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ ବୋଲି କୁହାଯାଉଛି ।