ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ରୋକିବା ପାଇଁ ଏହା ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ ।
ଏପଟେ ରାଜ୍ୟରେ ଆଉ 5 ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା । ଫଳରେ ଓଡ଼ିଶାରେ ମୋଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା 14କୁ ବୃଦ୍ଧି ପାଇଛି। ଆକ୍ରାନ୍ତମାନେ କେଉଁ ଦେଶରୁ ଫେରିଛନ୍ତି ତାହା ଜଣାପଡ଼ି ନାହିଁ ।
ଚିହ୍ନଟ ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ୧୦ ଦିନରେ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି।