୨୭୬ ବେଡ୍ ବିଶିଷ୍ଟ ଆର୍ଜିଏଚ୍ରେ ଦୈନିକ ଭର୍ତ୍ତି ହେଉଛନ୍ତି ୪୦୦ରୁ ଅଧିକ ରୋଗୀ। ସ୍ଥିତି ଏମିତି ଉପୁଜୁଛି ଯେ, ବେଡ ଅଭାବରୁ ଅନେକ ଗୁରୁତର ରୋଗୀ ବେଡ୍ ତଳ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ୧୦ କି ୨୦ ଜଣ ରୋଗୀ ନୁହଁନ୍ତି, ପ୍ରତ୍ୟେକ ଦିନ ଶତାଧିକ ରୋଗୀଙ୍କୁ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ସମେତ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଝାଡ଼ଖଣ୍ଡ, ବିହାର ଓ ଛତିଶଡର ଅନେକ ରୋଗୀ ଏହି ସମାନ ଦଶା ଭୋଗୁଛନ୍ତି। ଆର୍ଜିଏଚ୍ ପକ୍ଷରୁ ପ୍ରତ୍ୟେକ ବିଭାଗରେ ଯେତିକି ବେଡ୍ ପଡିଛି, ହସ୍ପିଟାଲ ପକ୍ଷରୁ ଆହୁରି କିଛି ଅଧିକ ବେଡ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ପରି ହୋଇଛି। ହସ୍ପିଟାଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି କାମ ସାରି ଦେଉଛନ୍ତି।
କିନ୍ତୁ ସରକାର ଚୁପ୍ ରହୁଛନ୍ତି। ଆଜି ଯାଏ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ୨୦୧୯ ଅକ୍ଟୋବର ୨୮ରେ ଆର୍ଜିଏଚ୍କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ସରକାର ଘୋଷଣା କଲେ। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଇତି ମଧ୍ୟରେ ଦୁଇ ବର୍ଷ ବିତିଥିଲେ ମଧ୍ୟ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।