ଅଧିକ ପଢନ୍ତୁ : ଜଟଣୀରେ କ୍ୟାନସର ହସ୍ପିଟାଲ ଶିଳାନ୍ୟାସ କଲେ ମୋଦି, ଧର୍ମେନ୍ଦ୍ରଙ୍କ ଉଦ୍ୟମ ସଫଳ ହେଲା
ଶ୍ରୀ ସାମଲ କହିଛନ୍ତି ଯେ ଓଡିଶାର ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ଓଡିଶାରେ କେନ୍ଦ୍ର ସରକାରଙ୍କ ସହଯୋଗରେ ୫ଟି ମେଡିକାଲ କଲେଜ ସ୍ଥାପନା ହୋଇସାରିଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟମରେ ଆଉ ୨ଟି ମେଡିକାଲ କଲେଜ ସ୍ଥାପନା ହୋଇସାରିଛି । ସେହିଭଳି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ, ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ମଧ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ କରାଯାଇଛି । ଓଡିଶାରେ ୬୦୦ରୁ ଅଧିକ ଜନଔଷଧୀ କେନ୍ଦ୍ରରେ ଲୋକମାନଙ୍କୁ ଉଚ୍ଚ ଗୁଣବତାମାନର ଔଷଧ କମ ମୂଲ୍ୟରେ ମିଳୁଛି ।