ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପୂର୍ବ ଭଳି ଅନୁଭୂତ ହୋଇନାହିଁ। କେବଳ ସୁନ୍ଦରଗଡ଼କୁ ବାଦ୍ଦେଲେ ରାଜ୍ୟର ଅନ୍ୟ ସମସ୍ତ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରି ତଳେ ରେକର୍ଡ କରାଯାଇଛି। କେବଳ ସୁନ୍ଦରଗଡ଼ର ତାପମାତ୍ରା ୪୦ ଡିଗ୍ରି ରହିଥଲା।

ଭୁବନେଶ୍ୱର: ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ଥି । ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ସମଗ୍ର ରାଜ୍ୟରେ ତାତିର ପ୍ରଭାବ ଅପେକ୍ଷାକୃତ ଭାବେ କମ ରହିଛି । ରାଜ୍ୟବାସୀ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ଲାଭ କରିଛନ୍ତି।

ଅର୍ଗସ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍ । ୨୯୬ ରନରେ ଅଷ୍ଟ୍ରେଲିଆ ଆଗୁଆ । ତୃତୀୟ ଦିନରେ ୨୯୬ ରନ୍ରେ ଭାରତ ଅଲ୍ ଆଉଟ୍ । ସମ୍ମାନ ରଖିଲେ ରାହାଣେ-ଶାର୍ଦୁଳ । ଆଜି ଚତୁର୍ଥ ଦିନରେ ଭାରତକୁ ଚ୍ୟାଲେଞ୍ଜ । ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି।
ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଅର୍ଗସ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପଙ୍କ ଉପରେ ଆଉ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି । 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଘରକୁ ନେଇ ଯିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ବିରାଧରେ ସାତୋଟି ଅଭିଯୋଗ କରାଯାଇଛି । ଆଗାମୀ 13 ତାରିଖ ତିନ ମିଆମୀର ଫେଡେରାଲ କୋର୍ଟରେ ତାଙ୍କୁ ଅପରାହ୍ନ 3ଟାରେ ହାଜର ହେବାକୁ କୁହାଯାଇଛି ।
ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଏକ ପର୍ନ ଷ୍ଟାରଙ୍କୁ ଅର୍ଥ ଦେଇ ଚୁପ କରାଇବା ମାମଲାରେ କ୍ରିମିନାଲ କେସ ରୁଜୁ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ 34 ଟି ଅଭିଯୋଗ ଲଗାଯାଇଥିଲା । ହେଲେ ଏବେ ଫେଡେରାଲ କୋର୍ଟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ଯେ ଟ୍ରମ୍ପଙ୍କ ଉପରେ କେଉଁ କେଉଁ ଅଭିଯୋଗ ନିର୍ଦ୍ଧାରିତ କରାଯାଇଛି।
ଅନ୍ୟ ପକ୍ଷରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଗୁଡିକୁ ଘରକୁ ନେଇ ଯିବା ଅଭିଯୋଗକୁ ଟ୍ରମ୍ପ ଭିତ୍ତିହୀନ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଓକିଲ ଜିମ ଟ୍ରଷ୍ଟି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଗୁଇନ୍ଦା ଆକ୍ଟ ଅନୁଯାୟୀ ଅଭିଯୋଗ ଅଣାଯାଇଛି । ଏହା ବାଦ ତାଙ୍କ ବିରୋଧରେ ଷଡଯନ୍ତ୍ର କରିବା, ମିଥ୍ୟା ବକ୍ତବ୍ୟ ପ୍ରଦାନ କରିବା, ନ୍ୟାୟରେ ବାଧା ସୃଷ୍ଟି କରିବା, ରେକର୍ଡକୁ ଡିଷ୍ଟଟ୍ରାକ କରିବା ଓ ମିଥ୍ୟା ଡକ୍ୟୁମେଣ୍ଟ ତିଆରି କରିବା ଆଦି ଅଭିଯୋଗ ମଧ୍ୟ ଅଣା ଯାଇଛି ।
ଏହା ପୂର୍ବରୁ ବୁଧବାର ଟ୍ରମ୍ପଙ୍କ ଓକିଲଙ୍କୁ ସୂଚନା ଦିଆଯାଇଥିଲା ଯେ ସେ ସିକ୍ରେଟ ଫାଇଲ ଗୁଡିକୁ ଘରକୁ ନେଇ ଯିବା ମାମଲାରେ ସେ ଯାଞ୍ଚର କେନ୍ଦ୍ର ବିନ୍ଦୁରେ ଅଛନ୍ତି । କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାନେ କେସ ବିଷୟରେ ଆଲୋଚନା କରିବାକୁ ଜଷ୍ଟିସ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ଭେଟିଥିଲେ ।
ତେବେ ଏହି ମାମଲାରେ ପ୍ରଥମ ଥର ପାଇଁ ଟ୍ରମ୍ପ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କହିଛନ୍ତି ଯେ ମୁଁ ନିର୍ଦୋଷ। ମୋ ବିରୁଦ୍ଧରେ ମାମଲା ରୁଜୁ ହେବା ନେଇ ସୂଚନା ମୋତେ ଜଷ୍ଟିସ ଡିପାର୍ଟମେଣ୍ଟରୁ ମିଳିଲା । ବାଉଡେନଙ୍କ ଦୁର୍ନୀତିଗ୍ରସ୍ତ ସରକାର ମୋ ଓକିଲ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ନିର୍ବାଚନ ହାରି ଯାଇଥିଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇଥିଲା ଯେ ହ୍ୱାଇଟ ହାଉସରୁ ଅନେକ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ସେ ଫ୍ଲୋରିଡା ସ୍ଥିତ ତାଙ୍କର ଘରକୁ ସେ ନେଇଯାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତୀପୁର ପଞ୍ଚାୟତ ଅଧୀନ ନାହୁଲ ଗାଁର ବିଦ୍ୟୁତ ଆଘାତରେ ମାଆ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ୪୫ବର୍ଷୀୟା ପତ୍ନୀ ତିଳୋତ୍ତମା ଦାସ ଏବଂ ୨୭ବର୍ଷୀୟ ପୁଅ ରାମଚନ୍ଦ୍ର ଦାସ। ପୂର୍ଣ୍ଣଚନ୍ଦ୍ରଙ୍କ ବାଡ଼ିରେ ପରିବା ଚାଷ କରିଥିବାବେଳେ ବାଡ଼ ଭାଙ୍ଗି ଷଣ୍ଢ ପଶି ଫସଲ ଖାଇଯାଉଥିବା ଯୋଗୁଁ ପରିବାର ଲୋକେ ବାଡ଼ରେ କରେଣ୍ଟ ଚାର୍ଜ କରିଥିଲେ।
ଆଜି ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଏବଂ ପୁଅ ପରିବା ବାଡିକୁ ଯାଇଥିବାବେଳେ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ। ପରେ ପରିବାର ଲୋକେ ଉଭୟଙ୍କୁ ଖଇରା ମେଡିକାଲକୁ ନେଇଥିଲେ ଡାକ୍ତର ସେଠାରେ ଉଭୟ ମାଆ ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଖଇରା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏଇ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
