ଉକ୍ତ ରାସ୍ତା ଉପରେ ୬ ଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ଦୁଇ ଗୋଟି କଲେଜ ଓ ୬ ସ୍କୁଲ ର ପିଲା ମାନେ ମଧ୍ୟ ନିର୍ଭର କରିଥାନ୍ତି। ତେବେ ରାସ୍ତା ଟି ଏବେ ଖରାପ ହେବାରୁ ଯାତାୟାତ ରେ ସମସ୍ତେ ବାଧା ସୃଷ୍ଟି କରିଛି ବୋଲି ସ୍ଥାନୀୟ ବାସିନ୍ଦା ସହ କଲେଜ ପିଲା ପ୍ରତିକ୍ରିୟା ରଖିଛନ୍ତି। ଆଉ ଏ ହେଇଛି ଧାମନଗର ଦକ୍ଷିଣ ବାଡ଼ ଛକରୁ ଲମ୍ବିଥିବା କୁରିଗାଁ ଦେଇ ଭଣ୍ଡାରିପୋଖରୀ କୁ ରାସ୍ତା।
ଯେଉଁ ରାସ୍ତା ପାଇଁ ଗତ କିଛି ଦିନ ତଳେ Argus ରେ ଖବର ବାଜିଥିଲା, ଆଉ ତା ପରେ ଆରମ୍ଭ ହୋଇଥିଲା ରାସ୍ତା କାମ କିନ୍ତୁ ରାସ୍ତା କାମ କୁ ଆଧାର ଛାଡ଼ି ଛୁଇ ହୋଇ ଗଲା ଭଳି ରାସ୍ତା କୁ ଦେଖିଲେ ଲାଗୁଛି। ଆଉ ଏବେ ରାସ୍ତା ରେ ଯାତାୟାତ କରୁଥିବା ଲେକେ ଆସୁଥିବା ର ସମୁଖୀନ ହେଇଛନ୍ତି। ତେବେ ଦୁଇ ରାସ୍ତା ତୁରନ୍ତ କାର୍ଯ୍ୟା କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ଏନେଇ ବିଭାଗୀୟ ଅଧିକାରୀ ପ୍ରତିକ୍ରିୟା ପାଇଁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ୟ କିନ୍ତୁ ମିଳି ପାରିନାହିଁ।