ଗତ ୧୪ ତାରିଖରେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହା ଆଦିବାସୀଙ୍କ ଜମିକୁ ରାଜ୍ୟ ସରକାର ଜମି ଓ ଖଣି ମାଫିଆଙ୍କୁ ସିଧା ସଳଖ ହସ୍ତାନ୍ତର କରିବାର ଏକ ଷଡଯନ୍ତ୍ର ରଚନା କରିଛନ୍ତି। ଏହା ଦ୍ୱାରା ଆଦିବାସୀ ନିଜର ସର୍ବସ୍ୱ ହରାଇବେ ଏବଂ ବହୁ ମାତ୍ରାରେ ବ୍ୟବସାୟୀ, ଜମି ମାଫିଆ ଓ ଠିକାଦାରଙ୍କ ଠୁ ଶୋଷିତ ହେବେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ସମ୍ପୂର୍ଣ ଭାବେ ବିରୋଧ କରୁଛି। ଏହା ସହିତ ଏହି ଆଦିବାସୀ ଙ୍କ ବିରୋଧୀ ନିଷ୍ପତ୍ତି ରାଜ୍ୟ ସରକାର ପ୍ରତ୍ୟାହାର ନ କଲେ ଆସନ୍ତା ଡିସେମ୍ବର ୫ ତାରିଖରେ ସମସ୍ତ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇବା ସହିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର ଏହି ସାଧାରଣ ସଭାରେ ନିଷ୍ପତ୍ତି ନେଇଥିବା ଉପସଭାପତି ଶ୍ରୀ ଭାନୁ ମାଝୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର