ସହାୟତା ଅପେକ୍ଷାରେ ଅକ୍ଷୟ ...
ରାୟଗଡା: ଆଜି ଠାରୁ ଆରମ୍ଭ ହେଲା ପୋଙ୍ଗଲ ଉତ୍ସବ । ବିଶେଷ କରି ତେଲୁଗୁ ଭାଷାଭାଷୀ ଓ ପରମ୍ପରା ଅନୁସାରେ ଏହି ମହାନ ଭାଇଚାରାର ପର୍ବ ର ଗୁରୁତ୍ୱ ରହିଛି । ସୂଚନାନୁସାରେ, ଏହାକୁ ଚାରି ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ମକର ସଂକ୍ରାନ୍ତି, ତୃତୀୟ ଦିନରେ କାଡୁମ ଓ ଶେଷ ଦିନକୁ ମୁଗ କାଡୁମ ବୋଲି କୁହାଯାଏ ।
ଆଜି ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ନିଆରା ଭୋଗୀ ଉତ୍ସବ ପାଳନ କରାଯାଇଛି । କାଲି ରାତିରୁ ବଡ଼ ବଡ଼ କାଠ ଗଣ୍ଡି ସଂଗ୍ରହ କରାଯାଇ ସେଥିରେ ଆଜି ସକାଳୁ ଅଗ୍ନି ସଂଯୋଗ କରି ରାବଣ ପୋଡି କରାଯାଇଛି । ପ୍ରତି ସାହି, ଗଳି ଓ ଗାଁ ଗାଁ ରେ ଏହା ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।