ସେତେବେଳେର ବିଧାୟକ ନଳିନୀ କାନ୍ତ ମହାନ୍ତି ଦୁଇଥର ବିଧାୟକ ହୋଇଥାଏ ଜମ୍ବୁ ସେତୁ ପାଇଁ ଶୁଭ ଦେଇଥିଲେ ମଧ୍ୟ ପୋଲ ନିର୍ମାଣ କରିପାରିନଥିଲେ। ପରେ ଅତନୁ ସବ୍ୟସାଚୀ ନାୟକ ୩ଥର ବିଧାୟକ ଓ ଗୁରୁତ୍ତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥାଇ ମଧ୍ୟ ସେତୁ ନିର୍ମାଣ ହୋଇ ପାରିଲାନି। ତେବେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭରଚୁଆଲ ଜରିଆରେ ଜମ୍ବୁ ସେତୁର ଶୁଭ ଶିଳାନ୍ୟାସ ହୋଇଛି। ହେଲେ ବିଜେଡ଼ି ଶାସନର ୨୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲଟିଏ ତିଆରି ହୋଇ ପାରିନାହିଁ। ବର୍ଷବର୍ଷ ଧରି ଜମ୍ବୁ ପୋଲ ଅପେକ୍ଷାରେ ଅଞ୍ଚଳବାସୀ। ସେତୂ ନିର୍ମାଣ ହେଲେ ଗାଁର ବିକାଶ ସହିତ ଅଞ୍ଚଳର ବିକାଶ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: