ସୁନାକୁ ନିବେଶର ଏକ ସୁରକ୍ଷିତ ମାଧ୍ୟମ ବୋଲି ବିବେଚନା କରାଯାଏ । ବିଶ୍ୱବଜାରରେ ଅସ୍ଥିରତା ଦେଖାଦେଲେ ଲୋକେ ସୁନାରେ ନିବେଶ କରିଥାନ୍ତି । ସୁନା ଦରରେ ବର୍ତ୍ତମାନ ଦେଖାଦେଇଥିବା ବଡ ଧରଣର ବୃଦ୍ଧି ଯୋଗୁ ସୁନା ବଦଳ ବଢିଛି ।
ଅଧିକ ପଢନ୍ତୁ: ବଢ଼ୁଛି ସୁନା ଦର, ଚିନ୍ତାରେ ଗ୍ରାହକ
ବଜାରରେ ସୁନା ଦର ଏପରି ଭାବରେ ବଢ଼ୁଥିବାବେଳେ ସାଧାରଣ ଲୋକଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଛି । କିପରି ବିବାହ କାର୍ଯ୍ୟ କରିବେ, କଣ କରିବେ ତାହା ସମସ୍ତଙ୍କୁ ଭୟଭୀତ କଲାଣି । ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୦୨୦ ଡଲାରକୁ ବୃଦ୍ଧି ପାଇଛି ।
ଅନ୍ୟପଟେ 2000ରୁ 2010 ମଧ୍ୟରେ 4 ହଜାର 4 ଶହରୁ 18 ହଜାର 500 ଥିଲା ସୁନା ଦର । ଏବେ 10 ଗ୍ରାମ ସୁନା ଦର 60 ହଜାର ପାର୍ କରିଛି ।
ଅଧିକ ଓଡିଶା ଖବର ପଢନ୍ତୁ