ଏହି ଓ୍ୱେବସାଇଟରେ ଭୁବନେଶ୍ୱରର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ପୂଜାରୀମାନଙ୍କ ଲିଷ୍ଟ ରହିଛି ଯେଉଁଥିରୁ ଜଜମାନମାନେ ସହଜରେ ଘରେ ବସି, ନିଜ ଆଞ୍ଚଳିକ ଓ ଭିନ୍ନ ଭିନ୍ନ ପୂଜା କାର୍ଯ୍ୟ ପାଇଁ ସେମାନଙ୍କ ସହ ଯୋଗାଯୋଗ କରିପାରିବେ। ଏହା ପୂଜାରୀମାନଙ୍କୁ ରୋଜଗାରର ଏକ ପନ୍ଥା ଯୋଗାଇବା ସହ ଜଜମାନମାନଙ୍କ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ କରିବ।ଖରାବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଛି।ଏହି ଓ୍ୱେବସାଇଟରେ ପୂଜାରୀ ମାନଙ୍କ ଘର ଠିକଣା, ଫୋନ ନମ୍ୱର ଭଳି ସୂଚନାମାନ ରହିବ ଯାହା ଫଳରେ ଲୋକ ମାନେ ନିଜ ଆବଶ୍ୟକତା ଅନୁଯାୟୀ ପଳଜାରୀଙ୍କୁ ପାଇ ପାରିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: