ଏମ୍ସରେ ପ୍ରଥମେ ଶବ ଗୁଡ଼ିକର ଫଟୋ ନିଆଯାଇଛି ଏବଂ ନମ୍ବର ସହ ଟ୍ୟାଗ ଲଗାଯାଇଛି । ସମ୍ପର୍କୀୟମାନେ ଫଟୋ ଦେଖାଇ ମୃତଦେହ ନେଇଛନ୍ତି। ଅନ୍ୟପଟେ ଶବ ସଂରକ୍ଷଣ ପାଇଁ ଦିଲ୍ଲୀ ଏମ୍ସରୁ ଶବ ସଂରକ୍ଷଣ ବିଶେଷଜ୍ଞ ଟିମ୍ ଆସିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ଘଟଣା। ଏହି ଘଟଣାରେ ଅନେକଙ୍କ ଜୀବନ ଚାଲିଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି।ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦ଟି ଶବ ମଧ୍ୟରୁ ୪୦ ଜଣଙ୍କ ମୃତଦେହକୁ ତାଙ୍କ ଠିକଣା ଜାଗାକୁ ପଠାଯାଇଛି। ୫୦ରୁ ଉର୍ଦ୍ଧ ମୃତଦେହର ପରିଚୟ ମିଲିପାରିଛି। ଡିଏନଏ ଟେଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗତକାଲି ବାହାନଗାରୁ ୧୬୦ଡି ମୃତଦେହ ଭୁବନେଶ୍ୱର ଆସିଥିବା ବେଳେ ଏମ୍ସରେ ଶହେଟି ରଖାଯାଇଥିଲା।
ଏମ୍ସରେ ପ୍ରଥମେ ଶବ ଗୁଡ଼ିକର ଫଟୋ ନିଆଯାଇଛି ଏବଂ ନମ୍ବର ସହ ଟ୍ୟାଗ ଲଗାଯାଇଛି । ସମ୍ପର୍କୀୟମାନେ ଫଟୋ ଦେଖାଇ ମୃତଦେହ ନେଇଛନ୍ତି। ଅନ୍ୟପଟେ ଶବ ସଂରକ୍ଷଣ ପାଇଁ ଦିଲ୍ଲୀ ଏମ୍ସରୁ ଶବ ସଂରକ୍ଷଣ ବିଶେଷଜ୍ଞ ଟିମ୍ ଆସିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତିକୁ ନେଇ ସନ୍ଦିହାନ । ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା ପାଇଁ ‘ମାଟିକଳା ବୋର୍ଡ’ ଗଠନ କରାଯାଇଥିଲେ ମଧ୍ୟ ଓଡିଶାରେ ୨୪ବର୍ଷର ବିଜେଡି ସରକାର ଏଥି ପାଇଁ କୈାଣସି ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ଏପରିକି କୁମ୍ଭକାର ଭାଉଭଉଣୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ ଯେଉଁ ଗାଁ ମାନଙ୍କରେ କୁମ୍ଭାର ଭାଇମାନେ ରହୁଛନ୍ତି ତାଙ୍କର କୈାଳିକ ବୃତିଗତ କାର୍ଯ୍ୟପାଇଁ ସରକାରଙ୍କର କିଛି ଜାଗା ବ୍ୟବହାର କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ସବୁଠୁ ବଡ କଥା ହେଲା ବଜାର ବ୍ୟବସ୍ଥା, ସରକାରୀ ସହଯୋଗ ନପାଇଲେ ଏହି ବ୍ୟବସ୍ଥା କରାଯାଇ ପାରିବନାହିଁ । ଶେଷରେ ଏହି କୈାଳିକ ବୃତି ଏବଂ ଏହା ଉପରେ ନିର୍ଭର କରୁଥିବା କୁମ୍ଭକାର ଭାଉଭଉଣୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସୁନିଶ୍ଚିତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେବଳ ନିର୍ବାଚନ ସମୟରେ କିଛି ଥୋପ ଦେବା ବ୍ୟତୀତ ରାଜ୍ୟ ସରକାର ସ୍ଥାୟୀ ସମାଧାନ ଚାହୁଁନାହାଁନ୍ତି । ଆଜି ଧାରଣା ଦେଉଥିବା କୁମ୍ଭକାର ଭାଇଭଉଣୀଙ୍କ ଦାବୀ ପ୍ରତି ଭାରତୀୟ ଜନତା ପାର୍ଟୀର ସଂପୂର୍ଣ୍ଣ ସମର୍ଥନ ରହିଛି ଏବଂ ରାଜ୍ୟ ସରକାର ଏ ସମସ୍ତ ଦାବୀଗୁଡିକର ସମାଧାନ କରିବା ଉଚିତ୍ । ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଗଭୀର ଅନୁଧ୍ୟାନ କରି ଏକ ବିଶ୍ୱକର୍ମା ଯୋଜନା ଆଣିଛନ୍ତି ଯେଉଁଥିରେ କୁମ୍ଭକାର ଭାଇମାନେ ସମ୍ପୂର୍ଣ୍ଣ ଉପକୃତ ହେବେ । ଆଜି ବିଧାନସଭା ସମ୍ମୁଖରେ କୁମ୍ଭକାରମାନଙ୍କ ବିକ୍ଷୋଭ ସମାବେଶରେ ଯୋଗଦେଇ ରାଜ୍ୟ ବିଜେପି ବିଧାୟକ ଓ ନେତୃବୃନ୍ଦମାନେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ବିଧାନସଭାରେ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁକେଶ ମହାଲିଙ୍ଗ୍, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଦୁର୍ଗା ପ୍ରସନ୍ନ ନାୟକ, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର ଓ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।
ଅର୍ଗସ ବ୍ୟୁରୋ: ଅଶାନ୍ତ କାମାକ୍ଷାନଗର। ନିର୍ବାଚନ ପୂର୍ବରୁ ପୁଣି ଗଡିଲା ମୁଣ୍ଡ। ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁଙ୍କୁ ନିର୍ମମ ହତ୍ୟା। ନିରାକାର କିଛି ଦିନ ତଳେ ଜେଲରୁ ଜାମିନରେ ଆସିଥଲେ। ଗତକାଲି କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରିନଥିଲେ। ଆଜି ସକାଳୁ ଆଳତୁମା ରେଲୱେ ଓଭରବ୍ରିଜ୍ ନିକଟ ପୋଖିରୀ ପାଖରୁ ମିଳିଥିଲା ନିରାକାରଙ୍କ ମୃତଦେହ। ପୂର୍ବ ଶତ୍ରୁତାରୁ ନିରାକାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ନିରାକାରଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ 6 ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ଦୀପକ ମାହୁନ୍ତଙ୍କ ପୁଅ ଦିବ୍ୟଦର୍ଶନ ମାହୁନ୍ତ, ଧରମ ପୁଅ ବିଶ୍ଵଜିତ ବେହେରା ଓରଫ ବିକି, ଓଡ଼ାପଡ଼ା ପତଳା ଗାଁର ଜୁଲୁ, ହିନ୍ଦୋଳ ବ୍ଲକ ପୂର୍ବତନ ବିଜେଡି ଚେୟାରମ୍ୟାନ୍ ପଣ୍ଡି, ଗେଙ୍ଗୁଟିଆ ଗାଁର ବୁଲୁ ଓ ରାଙ୍କିଆ ଗାଁର ଶ୍ରୀଧର ଲେଙ୍କା।
ନିରାକାରଙ୍କୁ ମିଶାଇ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ 7 ବର୍ଷ ମଧ୍ୟରେ ଏହା 5ମ ରାଜନୈତିକ ହତ୍ୟା। ଆଉ ସମସ୍ତେ ଶାସକ ଦଳର ନେତା। ହତ୍ୟାର ଶିକାର ନିରାକାରଙ୍କ ବ୍ୟାଗଗ୍ରାଉଣ୍ଡ କହୁଛି ଅନେକ କଥା। ପୂର୍ବତନ ସମିତ ସଭ୍ୟ ଦୀପକ ମାହୁନ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର। ଉଭୟ ଦୀପକ ମାହୁନ୍ତ ଓ ନିରାକାର ପଥର ଖଣି କାରବାରରେ ସଂପୃକ୍ତ ଥିଲେ। ତେଣୁ ଲଘୁ ଖଣିଜ କାରବାରକୁ ନେଇ ଶାସକ ଦଳ ଭିତରେ ଗ୍ୟାଙ୍ଗୱାରର ପରିଣାମ ଏହି ଦୁଇ ହତ୍ୟା ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ଦୀପକଙ୍କର କାମାକ୍ଷାନଗର ବିଜେଡିରେ ପତିଆରା ଲାଗତାର ବୃଦ୍ଧି ପାଉଥିଲା। ଏପରିକି ସେ ବିଧାୟକ ପ୍ରାର୍ଥୀ ପାଇଁ ଦାବେଦାର ବୋଲି ଚର୍ଚ୍ଚା ହେଉଥିଲା। ଏତିକିବେଳେ ଦୀପକଙ୍କୁ ହତ୍ୟା କରାଯାଇଥିଲା। ଉଭୟ ଦୀପକ ଓ ନିରାକାର ଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଖାସ ଲୋକ। ତେବେ ବ୍ୟକ୍ତିଗତ ନିହିତ ସ୍ବାର୍ଥ ପାଇଁ ଏସବୁ ହତ୍ୟା ଓ ହତ୍ୟାର ବଦଲା ହତ୍ୟା ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ପ୍ରୋତ୍ସାହନ ଓ ପରୋକ୍ଷ ଇଙ୍ଗିତରେ ଏସବୁ ହତ୍ୟାକାଣ୍ଡ ଘଟୁଥିବା ଅଭିଯୋଗ କରିଛି ବିଜେପି।
କାମାକ୍ଷାନଗରରେ ଫେଲ ମାରିଛି ଫେଲ ମାରିଛି ବିଜେଡିର ସମ୍ବିଧାନରେ ଅହିଂସା ନୀତି। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ ମଲ୍ଲିକ ଚାହିଁଥିଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା । କିନ୍ତୁ କାମକ୍ଷ୍ୟାନଗରରେ ଶାନ୍ତି ପରିବର୍ତ୍ତେ ଅଶାନ୍ତି ସୃଷ୍ଟି ପାଇଁ ସବୁବେଳେ ପ୍ରଫୁଲ ଇନ୍ଧନ ଯୋଗାଇ ଆସିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରଫୁଲଙ୍କ ଆଗରେ ଯିଏ ମୁଣ୍ଡ ଟେକିଛି ସେ ରାସ୍ତାରୁ ହଟିଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ବିଧାନସଭାରେ ୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ପୁଣି ଝଡ଼ । ସରକାରଙ୍କୁ ମାଳମାଳ ପ୍ରଶ୍ନରେ ଘେରିଲେ ବିରୋଧୀ ଦଳ ନେତା । ପ୍ରଶ୍ନ କରିଥିଲେ ସଚିବଙ୍କ ସଭା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗାଡିରେ ବୋହି ଆଣିବା, ଟେଣ୍ଟ ବନ୍ଧା, ଚେୟାର ପକା ଓ ସକ୍ୟୁରୀଟି ଆରେଜମେଣ୍ଟରେ କେତେ ଖର୍ଚ୍ଚ ହୋଇଛି । ସେହିପରି ପାଲଲହଡା ବିଧାୟକ ଓ ତାଳଚେର ବିଧାୟକଙ୍କ ବ୍ୟକ୍ତିଗତ କାମରେ ହେଲିକପ୍ଟର ବ୍ୟବହାରକୁ ନେଇ ବି ବର୍ଷି ଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ଅଧିକ ପଢନ୍ତୁ : ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ, ହେଲେ ମୁଖ୍ୟମନ୍ତ୍ରୀ ୪୦ କୋଟିର ହିସାବ ଦେଲେ
ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ ହୋଇଥିବା ହେଲିକ୍ୟାପ୍ଟରକୁ ୫-ଟି ସଚିବ କେମିତି ବ୍ୟବହାର କରି କଟକ ଗଲେ ବୋଲି ପ୍ରଶ୍ନ ଉଠାଇଥିଲେ । ସିଏମଓ କହିଲେ କଣ ବେଳ ଜଣେ ବ୍ୟକ୍ତି କି ବୋଲି କରିଥିଲେ ପ୍ରଶ୍ନ ? କଂଗ୍ରେସ ବି କହିଛି ଅଭିଯୋଗ ଶୁଣାଣି ପାଇଁ ଏହି ଗସ୍ତ ନୁହେଁ ବରଂ ଟଙ୍କା ବାଣ୍ଟିବା ଓ ନିର୍ବାଚନ ପ୍ରଚାର କରିବା ଥିଲା ମୂଳ ଉଦେଶ୍ୟ । ସେପଟେ ବିରୋଧୀଙ୍କ ଅଭିଯୋଗର ସିଧା ଉତ୍ତର ନ ରଖି ପାଲଟା ଆକ୍ରମଣ କରିଛି ବିଜେଡି ।
ବିଧାନସଭାରେ ମେଣ୍ଟାଲ ହେଲ୍ଥ ଡ଼ିଜି ଅର୍ଡର କଥା ବିଜେଡି ବିଧାୟକ ଉଠାଇବା ପରେ ସୃଷ୍ଟି ହୋଇଥିଲା ହଙ୍ଗାମା । ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ ଦେବା ପାଇଁ ବାଚସ୍ପତିଙ୍କ ପାଖରେ ଦାବି କରିଥିଲା ବିଜେପି । ଆଉ ଏହାକୁ ବାଚସ୍ପତି ବାଦ ନ ଦେବାରୁ ଗୃହ ଭିତରେ ଓ ବାହାରେ ନାରବାଜି କରିଥିଲେ ବିଜେପିର ବିଧାୟକ । ସଚିବଙ୍କ ଜିଲ୍ଲା ଗସ୍ତ ସରିଥିଲେ ବି ଗସ୍ତକୁ ନେଇ ବିବାଦ କିନ୍ତୁ ଥମୁନି । ବିଧାନସଭାରେ ସଚିବ ସର୍ବସ୍ବ ସରକାର ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର ।