ସୂଚନାନୁଯାୟୀ, ଏକାମ୍ର କାନନ ଫାର୍ମର ମୋଟ 25.967 ଏକର ଜମିରୁ 20.192 ଏକର ଜମି ହସ୍ତାନ୍ତର କରିବା ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ପୂର୍ବରୁ ଯେପରି ଫାର୍ମର ରକ୍ଷଣାବେକ୍ଷଣ କାମ ହେଉଥିଲା ଏବଂ ବିଭିନ୍ନ ଉନ୍ନତୀକରଣ କାମ ହେଉଥିଲା ତାହା ଜାରି ରହିବ । ଅପରପକ୍ଷେ ଏକାମ୍ର କାନନ ଫାର୍ମର ଜମି ହସ୍ତାନ୍ତର ପ୍ରକ୍ରିୟା ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ବେଳେ ଏହା ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ହେଲା ବୋଲି ସରକାରୀ ଭାବେ କିଛି କୁହାଯାଇନି। ଏବେ ବିଭିନ୍ନ ମହଲରେ ବିରୋଧ ହେଉଥିବାରୁ ଏବଂ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବାରୁ ରାଜ୍ୟ ସରକାର ଚଞ୍ଚକତା ଦେଖାଇ ଏହାକୁ ଝୁଲାଇ ରଖିଛନ୍ତି ।
ଅଟକିଲା ଏକାମ୍ର କାନନ ଫାର୍ମର ଜମି ହସ୍ତାନ୍ତର ପ୍ରକ୍ରିୟା, ପୂର୍ବଭଳି ଜାରି ରହିବ ରକ୍ଷଣାବେକ୍ଷଣ କାମ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରର ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ପ୍ରସଙ୍ଗରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର । ପୂର୍ବଭଳି ରହିବ ଏକାମ୍ର କାନନ ଫାର୍ମ । ପୂର୍ବଭଳି ହେବ ଫାର୍ମର ରକ୍ଷଣାବେକ୍ଷଣ କାମ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।
Download Argus News App
