ଅର୍ଥାତ୍ ଅଣତାରକା ପ୍ରଶ୍ନର ଉତ୍ତର ଦେଉଦେଉ ପ୍ରମିଳା ମାଡାମ୍ ନିଜ ଦଳର ସୁପ୍ରିମୋ ଦେଇଥିବା ପ୍ରତିଶ୍ରୁତି କେବଳ ପାଣିର ଗାର ବୋଲି ପ୍ରମାଣିତ କରିଛନ୍ତି । ଏହା ପୂର୍ବରୁ ପଦମପୁର ଜିଲ୍ଲା ଗଠନ ପାଇଁ ଆନ୍ଦୋଳନ କରୁଥିବା କମିଟିର ସଦସ୍ୟ ଭୁବନେଶ୍ବର ଆସି ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ । ଯେଉଁଠାରେ ୨୦୨୩ ସୁଦ୍ଧା ପଦମପୁରକୁ ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ସଭାପତି ।
2019ରେ ପଦମପୁର ଜିଲ୍ଲା ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲା ପରେ କ୍ରିୟାନୁଷ୍ଠାନ କମିଟିକୁ ଜିଲ୍ଲା ଗଠନ ପ୍ରତିଶ୍ରୁତି ଦିଆଯାଇଥିବା କହିଥିଲେ ମାଳମାଳ ବିଜେଡି ନେତା । ମାନେ ସେତେବେଳର ପ୍ରସ୍ତାବକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି ମାଡାମ୍ ପ୍ରମିଳା । ହେଲେ ଏବେ କୌଣସି ଜିଲ୍ଲା ଗଠନ ପ୍ରସ୍ତାବ ବିଚାରାଧୀନ ନ ଥିବା ରାଜସ୍ବ ମନ୍ତ୍ରୀ କହିବା ପରେ ପଦମପୁରରେ ତେଜ୍ ହୋଇଛି ହଲଚଲ୍ । ଜିଲ୍ଲା ଗଠନ ପ୍ରସ୍ତାବ ବିଚାରାଧୀନ ନ ଥିବା ଉତ୍ତର ମିଳିବା ପରେ ପଦ୍ମପୁରରେ ଦେଖିବାକୁ ମିଳିଛି ଅସନ୍ତୋଷ । ନାଗରିକ କମିଟି ଠାରୁ ଆରମ୍ଭ କରି ରାଜନୈତିକ ଦଳ, ସମସ୍ତେ ବିଜେଡି ଉପରେ ନିଆଁବାଣ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଘୋଷଣା କେବଳ ନିର୍ବାଚନୀ ଷ୍ଟଣ୍ଟ ଥିଲା ବୋଲି ସମସ୍ତେ କହିଛନ୍ତି ।ବିଜେଡି ସଭାପତି ନିର୍ବାଚନ ପ୍ରଚାର ପାଇଁ ପଦମପୁର ଯିବେ । ହେଲେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେନେଇ କୌଣସି ପ୍ରସ୍ତାବ ନ ଆସିବା ନେଇ ରାଜସ୍ବ ମନ୍ତ୍ରୀ ରଖିଥିବା ଉତ୍ତର, ପଦମପୁରବାସୀଙ୍କ ପ୍ରତି ବଡ଼ ଧୋକ୍କା ବୋଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।