ଏ ସମ୍ପର୍କରେ ସେ ଶାଖା ପରିଚାଳକଙ୍କ ସହ ନିଜେ ଆଲୋଚନା କରିଥିଲେ ମଧ୍ୟ ବ୍ୟାଙ୍କ କତ୍ତୃପକ୍ଷଙ୍କ ନିକଟରୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ l ଘଟଣା କୁ ନେଇ ସେ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି l ଘଟଣା ନେଇ ଶାଖା ପରିଚାଳକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ କିଭଳି ଚେକ ଥାଇ ମଧ୍ୟ ଆକାଉଣ୍ଟରୁ ସେହି ଚେକ ନମ୍ବର ରେ ଟଙ୍କା ଉଠିଲା ତାହାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ l
ଚିଠିଫଣ୍ଡ ପରେ ଏବେ ଘରୋଇ ବ୍ୟାଙ୍କ ଠକେଇର ଶିକାର ହେଉଛନ୍ତି ଜନତା

ବ୍ରହ୍ମପୁର: ଲୋକେ ଚିଠିଫଣ୍ଡ ଶିକାରରୁ ମୁକ୍ତି ପାଇନଥିବା ବେଳେ ଏବେ ପୁଣି ଘରୋଇ ବ୍ୟାଙ୍କରେ ଠକାମିର ଶିକାର ହେବାକୁ ପଡୁଛି। ଏମିତି ଘଟଣା ଘଟିଛି ଆସ୍କାର ଏକ ଘରୋଇ ବ୍ୟାଙ୍କରେ। ପୁଣି ଗ୍ରାହକକୁ ଦିଆଯାଇଛି ମିଥ୍ୟା କେସର ଧମକ । ଚେକ ବୁକରେ ଚେକ ଅଛି କିନ୍ତୁ ସେହି ନମ୍ବରରେ ଉଠିଛି ଟଙ୍କା l ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ଜମାକାରୀ ଭଗବାନ ଜେନା । ଆସିକା ଏକ୍ସିସ୍ ବ୍ୟାଙ୍କରେ ରହିଛି ତାଙ୍କର ଜମା ଖାତା l ସେହି ଜମା ଖାତା ରେ ଚେକ୍ ମଧ୍ୟରେ ଦେଣ ନେଣର ସୁବିଧା ମଧ୍ୟ ରହିଛି। ଆଶ୍ଚର୍ଯ୍ୟର କଥା ଏହାଯେ ,ଭଗବାନଙ୍କ ପାଖରେ ଅଧାବିଧି 001037ର ଚେକ ରହିଥିବା ଏହି ବେଳେ ଗତ 3-07-2021 ତାରିଖରେ କିନ୍ତୁ ସେହି ନମ୍ବର ଚେକରୁ ତାଙ୍କ ଆକାଉଣ୍ଟ 8100 ଟଙ୍କା ଉଠାଣ ହୋଇଥିବା ଜଣା ପଡ଼ିଛି ।
Download Argus News App
