ତେବେ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୩ ତାରିଖରେ ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକଟ୍ ଅନ ରେକର୍ଡ ଗୌରଭ ଖାନ୍ନାଙ୍କ ଦ୍ବାରା ଏହି କ୍ୟାଭିଏଟ ଦାଖଲ ହୋଇଛି।
ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ ବିବାଦ ସମ୍ପର୍କିତ ଦିଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କୌଣସି ରହିତାଦେଶ ଜାରି କରିନଥିଲେ। ରହିତାଦେଶ ଜାରି କରାଯାଇନଥିବାରୁ ନିର୍ମାଣ କାର୍ଯ୍ୟ ଜାରିରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏଭଳି ସ୍ଥିତିରେ କାଳେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ଏହି ଆଶଙ୍କା କରି ରାଜ୍ୟ ସରକାର ହାଇକୋର୍ଟଙ୍କ ୨୦୨୨ ମେ ୯ ଡବ୍ଲୁପିସି ଆଦେଶ ପରିପେକ୍ଷୀରେ ଆଗୁଆ କ୍ୟାଭିଏଟ ଫାଇଲ କରିଥିବା ଜଣାପଡ଼ିଛି।
କ୍ୟାଭିଏଟ୍ ଫାଇଲ କରିବା ଅର୍ଥ ରାଜ୍ୟ ସରକାରଙ୍କ ପକ୍ଷ ନଶୁଣି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନେବେନାହିଁ। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏଥିପାଇଁ ନୋଟିସ ଦେଇ ଜବାବ ଦାଖଲ କରିବାକୁ ସମୟ ଦେଇପାରନ୍ତି।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...