ରୂପାନ୍ତରିତ ବିଦ୍ୟାଳୟ ରେ ନାହିଁ କଳାପଟା I ଆସିଲାନି ପ୍ରଶ୍ନପତ୍ର ,କବାଟ ରେ ଲେଖାହେଲା ପ୍ରଶ୍ନ ,ତାକୁ ଦେଖି ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ। ଆମେ କହୁନୁ କୌଣସି ଉପାନ୍ତ ଅଞ୍ଚଳ ର କଥା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନ ଅଣ୍ଟିଆ ପଞ୍ଚାୟତ ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ ରେ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ନିମନ୍ତେ ଆଗରୁ ଛାତ୍ର ଛାତ୍ରୀ ଙ୍କୁ କାର୍ଯ୍ୟସୂଚୀ ଦିଆଯାଇ ଥିଲା । ଛାତ୍ର ଛାତ୍ରୀ ମାନେ ନିର୍ଦ୍ଧାରିତ ସମୟରେ ଶ୍ରେଣୀ ଗୃହରେ ପହଁଚି ଥିଲେ । ପ୍ରଶ୍ନପତ୍ର ନ ଆସିବା କାରଣ ରୁ ପରୀକ୍ଷା ଆରମ୍ଭ ହୋଇପାରି ନଥିଲା ।ଏଭଳି ଘଟଣା ଜାଣିବା ପରେ ଅଭିଭାବକ ସ୍କୁଲ ପରିଚାଳନା କମିଟି ପଂହଚିଥିଲେ ।ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା ।
ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଖାପାଖି ଚାରିଶହରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା 5-ଟି ଅଧିନରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଶ୍ନପତ୍ର ଆସିବା ବହୁ ବିଳମ୍ବ ହେବାରୁ ଶିକ୍ଷକ କବାଟ ରେ ପ୍ରଶ୍ନ ଲେଖିଥିଲେ ।ଏବଂ ଏହାକୁ ଦେଖି ପିଲାମାନେ ପରୀକ୍ଷା ଦେଇଥିଲେ ।ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିବା ସହ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।ତାହାସହ ଶିକ୍ଷା ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୁଷ୍ଟି ହେଉଛି ।ସରକାର ୫ଟି ନାମରେ ବାହା ବାହା ନେଉଛନ୍ତି। କିନ୍ତୁ ଏଠି ଦୃଶ୍ୟ କିଛି ଅଲଗା। ଯଦି ଏହିଭଳି ଭାବରେ ପିଲାମାନେ ବିନା ପ୍ରଶ୍ନପତ୍ର ଏବଂ ବିନା ବ୍ଲାକବୋର୍ଡରେ ପାଠପଢ଼ିବେ। ତେବେ ସେମାନଙ୍କ ଭବିଷ୍ୟତ କଣ ହେବ ଆପଣ ବିଚାର କରନ୍ତୁ।