ଶାଶ୍ୱତ କହିଛନ୍ତି ସମ୍ପ୍ରତି ରେଡିଓର ଚାହିଦା କମିଛି ସତ। ହେଲେ ପ୍ରଧାନମନ୍ତ୍ରୀ ମୋଦି ମନ୍-କୀ-ବାତ୍ କାର୍ଯ୍ୟକ୍ରମ ଜରିଆଡେ ରେଡିଓ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ସେ ଏଭଳି ଛୋଟ ପ୍ରୟାସ କରିଛନ୍ତି ବୋଲି କୁହନ୍ତି।
ରାଜନୀତି ଖବରଠୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା ରେଡିଓରେ ପରିବେଶ କରାଯାଉଛି। ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି। ରେଡିଓ ଇତିହାସ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ।