ଯେଉଁ ଡୁପ୍ଲିକେଟ୍ ଚାବି କଥା କହିଥିଲେ ସେତେବେଳର ଜିଲ୍ଲାପାଳ ତାହା ବି ମିଛ । କାରଣ ଡୁପ୍ଲିକେଟ ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାରର ତାଲା। ଏଥିସହିତ ମହାପ୍ରଭୁଙ୍କ ରଘୁନାଥ ବେଶ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର। ପୂର୍ବରୁ ରତ୍ନ ଲୁଟ୍ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା।
ବଡ଼ ପ୍ରଶ୍ନ କାହା ଚାପରେ ମିଛ କହିଥିଲେ ସେତେବେଳର ଜିଲ୍ଲାପାଳ, କାହିଁକି ଡୁପ୍ଲିକେଟ୍ ଚାବିର ନାଟକ, କାହିଁକି ନବୀନ ସରକାର ସାର୍ବଜନୀନ କଲେନାହିଁ ରଘୁବୀର ଦାସ କମିଶନ ରିପୋର୍ଟ, କାହିଁକି ରତ୍ନଭଣ୍ଡାର ଖୋଲି କଲେନାହିଁ ଗଣନା, କାଣ ଏହା ପଛରେ ରହସ୍ୟ. ଭିତର ରତ୍ନଭଣ୍ଡାର ମରାମତି ପରେ ରତ୍ନ ଗଣନା ହେବ ବୋଲି କହିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।
ମୋହନ ସରକାର ପ୍ରଥମ କ୍ୟାବିନେଟରେ ଚାରିଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତି ନେଇଥିଲେ। ସେହି ଅନୁସାରେ ରତ୍ନଭଣ୍ଡାର ଖୋଲାଯାଇଛି। ଏବେ ଅପେକ୍ଷା ରତ୍ନଗଣନାକୁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର