ଏପଟେ ହାୱଡା ଯାଉଥିଲା ଯଶୱନ୍ତପୁର ଏକ୍ସପ୍ରେସ। କରମଣ୍ଡଳର ବଗିରେ ମାଡ ହୋଇ କିଛି ଡବା ଲାଇନଚ୍ୟୁତ ହେଲା । ତେବେ ଇଣ୍ଟର ଲକିଂ ସିଷ୍ଟମରେ ସମସ୍ୟା ଯୋଗୁ ଦୁର୍ଘଟଣା ଘଟିଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ରେଲ୍ଓ୍ବେ ସେଫ୍ଟି କମିଶନର ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଗନାଲରେ ବି ଗଡବଡ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ରେଲୱେ ଇଣ୍ଟର ଲକିଂ ସିଷ୍ଟମ ଏମିତି ଏକ ଟେକନୋଲୋଜି ଯାହା ସିଗନାଲକୁ କଣ୍ଟ୍ରୋଲ କରିବା ପାଇଁ ବ୍ୟବହାର କରାଯାଏ। ସିଗନାଲ୍ ଓ ସ୍ବିଚ ମଧ୍ୟରେ ଥିବା ଅପରେଟିଂ ସିଷ୍ଟମକୁ ନିୟନ୍ତ୍ରଣ କରେ ରେଲୱେ ଇଣ୍ଟରଲକିଂ ସିଷ୍ଟମ। ଏଇ ସମସ୍ୟା ହିଁ ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତୁ ଜଣାପଡିଛି । ଏପଟେ ଭୁବନେଶ୍ବର ଅଣାଯାଇଛି 160 ଜଣଙ୍କ ମୃତଦେହ । ଭୁବନେଶ୍ବର ଏମସରେ 100 ଜଣଙ୍କ ଶବ ରଖାଯାଇଥିବାବେଳେ 60 ଜଣଙ୍କ ମୃତଦେହ ବିଭିନ୍ନ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି । ଯାତ୍ରୀ ଓ ମୃତାହତଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ରେଳ ମନ୍ତ୍ରଣାଳୟ । ଟ୍ରେନ ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା 275 ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର