ଲୋକଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବାରେ ମଧ୍ୟ ରାଜ୍ୟ ସରକାର ପଛଉନାହାନ୍ତି l ତେବେ ବାସ୍ତବରେ ରାଜ୍ୟ ସରକାର ଙ୍କ ଯୋଜନା ବହୁଦୂରରେ l ରାଜ୍ୟ ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ ସାଧାରଣ ଜନତା ସହ ପଂଚାୟତ ଅନୁଷ୍ଠାନର ବିକାଶ ନେଇ ନିର୍ବାଚନ ହୋଇଥିବା ଲୋକ ପ୍ରତିନିଧି ମଧ୍ୟ ପେଟ ପାଇଁ ବିକଳରେ ଭିଟାମାଟି ଛାଡି ଦାଦନ ଖଟିବାକୁ ଯାଇଥିବା ଘଟଣା ବୁଦ୍ଧିଜୀବି ମହଲରେ ବ୍ୟଥିତ କରିଛି l ପେଟପାଟଣା ପାଇଁ ଭିଟାମାଟି ଛାଡି ନିଜ ପତ୍ନୀ ଙ୍କ ସହ ଏବେ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇଛନ୍ତି।
ଅଧିକ ପଢନ୍ତୁ: ସରୁନି ଦାଦନ ଶ୍ରମିକଙ୍କ ଦୁଃଖ, ଆଉ କେତେ ଦିନ ଏମିତି ?
ପରିବାର କହିଲେ କମଲେସ ସୁନା ଙ୍କ ମାଆ, ବାପା, ସ୍ତ୍ରୀ ଓ ତାଙ୍କ 4 ବର୍ଷ ର ପୁଅ 4 ବର୍ଷ ର ପୁଅ କୁ ନିଜ ଶଶୁର ଘରେ ଛାଡି ଦେଇ ଏବେ ଦାଦନ ଖଟିବା ପାଇଁ ଯାଇଛନ୍ତି l ପରିବାର ଲୋକେ କହିବା ଅନୁଯାଇ, ନିର୍ବାଚନ ରେ ବିଜୟୀ ହେବା ପରେ ଶାସକ ଦଳର ମନ୍ତ୍ରୀ ଟୁକୁନି ସାହୁ ତାଙ୍କୁ କାମ ଦେବେ ବୋଲି କହିଥିଲେ। ଯାହା ଫଳରେ କମଲେସ ସୁନା ଗହଣା କୁ ସାହୁ କାର ଠାରେ ବନ୍ଦା ପକାଇବା ସହ ଗ୍ରୁପ ରୁ ଲୋନ ମଧ୍ୟ ଆଣି ଥିଲେ ହେଲେ ଦୀର୍ଘ ପରେ ମଧ୍ୟ କାମ ନ ଥିବା ଯୋଗୁଁ ସୁଧ ବଢ଼ିବାରେ ଲାଗିଲା ଫଳରେ ବାଧ୍ୟ ହୋଇ ଦାଦନ ଖଟି ଯାଇଛନ୍ତି ସ୍ୱାମୀ ଓ ସ୍ତ୍ରୀ ।
ଗତ ଫେବୃଆରିରେ ପଂଚାୟତ ନିର୍ବାଚନରେ କମଲେସ ଶାସକ ବିଜେଡି ଦଳ ସମର୍ଥିତ ପ୍ରାଥୀ ହୋଇଥିଲେ l ସେ ପ୍ରାଥୀ ପତ୍ର ଦାଖଲ କରିବା ପରେ ତାଙ୍କୁ ଅଜଣା ସ୍ଥାନକୁ ନେଇ ମାସେରୁ ଅଧିକ ଦିନ ଧରି ଗୁପ୍ତରେ ରଖିଥିଲେ ବିଜେଡି ଦଳର ନେତା ମାନେ । ପରେ ସେ ଜାଣିବା କୁ ପାଇଁ ଥିଲେ ନିଦ୍ୱନ୍ଦରେ ନିର୍ବାଚନ ହୋଇ ଥିବା ଜାଣିବାକୁ ପାଇଥିଲେ l ପରେ ଘରକୁ ଆଣି ଛାଡି ଦେଇ ଥିଲେ l ତା ପରେ ଆଉ କେହିଁ ଲୋଡି ନ ଥିବା ଜଣାପଡିଛି ।
ଅଧିକ ଓଡିଶା ଖବର ପଢ଼ନ୍ତୁ