କଟକ : ପୂର୍ବ ଶତ୍ରୁତାକୁ ନେଇ ଅପହରଣ କରି ଗାଡିରେ ଉଠାଇ ନେଲେ , ଗାଡିର ଲୁହା ରଡ ସହ ଠେଙ୍ଗାରେ ପିଟିଲେ ଶେଷରେ ମନ ବୁଝିଲାନି ଯେ ଦଉଡି ବାନ୍ଧି ପିକ୍ଅପ ଭ୍ୟାନ ଗାଡିର ପଛରେ ବାନ୍ଧି ଘୋଷାଡି ଘୋଷାଡି ମାରି ଗାଁ ପାଖ ଜଙ୍ଗଲରେ ଫିଙ୍ଗି ଦେଲେ । ଏଭଳି ଢଙ୍ଗରେ ମାରିଥିବା ଅଭିଯୁକ୍ତ ମାନେ ପୋଲିସ ଆଗରେ ମଙ୍ଗିଛନ୍ତି । ଗତ ସେପ୍ଟେମ୍ବର ୨ ତାରିଖରେ ମାଣିଆବନ୍ଧ ଥାନା ଯୋଡୁମୁ ଗାଁ ର ଯୁବକ ସନ୍ତୋଷ ବିଶ୍ବାଳଙ୍କୁ ବିଭତ୍ସ ହତ୍ୟା ଘଟଣାର ଖୁଲାସା କରିଛନ୍ତି କଟକ ଜିଲ୍ଲା ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ। ହତ୍ୟାକାଣ୍ଡ ଘଟଣା ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ରହିଥିଲେ .ସେହିଦିନ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ତିନୋଟି ସ୍ବତନ୍ତ୍ର ସ୍ବାର୍ଡ ଗଠନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇ ମୂଖ୍ୟ ଅଭିଯୁକ୍ତ ଗୌତମ ରାଉତ ସମେତ ୪ଜଣକୁ ଗିରଫ କରିଛି ମାଣିଆବନ୍ଧ ପୋଲିସ ।
ଅଧିକ ପଢନ୍ତୁ ଓଡିଶା ଖବର
ପୂର୍ବରୁ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ୪ ଜଣକୁ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଚଢାଉ କରି ଗିରଫ କରିବା ସହ ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ , ଠେଙ୍ଗା , ବ୍ୟବହୃତ ଦଉଡି ଓ ମୋବାଇଲ ଜବତ କରିଥିବା ଆଠଗଡ଼ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି କୃଷ୍ଣ ପ୍ରସାଦ ପଟ୍ଟନାୟକ । ତେବେ ଏବେବି ଜଣେ ଫେରାର ରହିଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ।ଗିରଫ ଅଭିଯୁକ୍ତ ମାନେ ହେଲେ ମାଣିଆବନ୍ଧ ଥାନା ଜୋଡୁମ ଗ୍ରାମର ଦାମୋଦର ବେହେରା ଙ୍କ ପୁଅ ଦିଲ୍ଲୀପ ବେହେରା ୩୪ ସୁରେଶ ବେହେରା ୩୦ ଲକ୍ଷ୍ମୀଧର ରାଉତଙ୍କ ପୁଅ ଗୌତମ ରାଉତ ୨୪ ଏବଂ ତାଙ୍କ ଭିଣୋଇ ସୂର୍ଯ୍ୟକାନ୍ତ ପ୍ରଧାନ ୩୮ ଏବଂ ଷଡ଼ଯନ୍ତ୍ର କାରୀ ଭଗବାନ ବେହେରା ଙ୍କ ପୁଅ ସମିର ବେହେରା ବୋଲି ଜଣାପଡ଼ିଛି।