ନଜର ପକାନ୍ତୁ ଏହି ଭିଜୁଆଲ ଉପରେ । ଏ ଚିତ୍ର ମୁଣ୍ଡଳୀ ମହାନଦୀର । ଡଙ୍ଗା ବନ୍ଧା ହୋଇଛି, କେଉଁଠି ମଝି ନଇରେ ପାଣି ନାହିଁ ତ ପୁଣି ବାଲି ଦେଖାଯାଉଛି, ନଦୀ ର ପାଣି ଶୁଖିଯିବା ଫଳରେ ଆଠଗଡ଼ ଏବଂ ମହାନଦୀ କୂଳର ସମସ୍ତ କୈବର୍ତ୍ତ ସମାଜ ଉପରେ ଏହାର ପ୍ରଭାବ ପଡ଼ିଛି। କୌଳିକ ବୃଦ୍ଧି ଉଜୁଡ଼ି ଯାଉଥିବାରୁ ଏହି ଅଞ୍ଚଳର ଶତାଧିକ ମତ୍ସ୍ୟଜୀବୀ ପରିବାର ଆର୍ଥିକ ଅନଟନର ଶିକାର ହେଉଥିବା ଦେଖିବାକୁ ମିଳିଛି । ଦିନଥିଲା ଆଠଗଡ଼ ର ନଦୀକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନେ ଓଡ଼ିଶାର କୋଣଅନୁକୋଣକୁ ମାଛ ପଠାଇ ସୁନାମ ଅର୍ଜନ କରିଥିଲେ। ମହାନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଥିଲେ, କିନ୍ତୁ ତଳମୁଣ୍ଡରେ ବ୍ୟାରେଜ ଅଭାବରୁ ବଢି ପାଣି ସମୁଦ୍ରକୁ ବୋହି ଯାଉଛି ଏବଂ ମହାନଦୀ ଶୁଖିଲା ପଡ଼ୁଛି । ତେଣୁ ମତ୍ସଜୀବି ମାନେ ସଙ୍କଟରେ ଗତି କରୁଛନ୍ତି।
ମତ୍ସଜୀବୀ ମାନଙ୍କର କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି । ପୁଣି ମତ୍ସଜୀବି ମାନଙ୍କ ପାଇଁ ଡଙ୍ଗା , କାଠୁଆ ତିଆରି କରୁଥିବା କାରିଗର ମାନେ ମଧ୍ୟ ହାତ ବାନ୍ଧି ବସିଲେଣି, କାରଣ ନଦୀରେ ମାଛ ତ ପଡୁନି ମତ୍ସଜୀବି ମାନେ ଡଙ୍ଗା କାହିଁକି କିଣିବେ । କିନ୍ତୁ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି, ତଳମୁଣ୍ଡରେ ବ୍ୟାରେଜ ନାହିଁ ଏହାର ପ୍ରଭାବ ପଡ଼ୁଛି ସିଧା ମତ୍ସଜୀବି ମାନଙ୍କ ଉପରେ । ରାଜ୍ୟ ସରକାରଙ୍କ ଆନ୍ତରିକତା ଦେଖାଇବା ପାଇଁ ଚାଷୀ ଏବଂ ମତ୍ସଜୀବି ମାନେ ଦାବି କରିଛନ୍ତି ।
ପୂର୍ବରୁ ମହାନଦୀ ଏବଂ ଆଜିକା ଦିନର ମହାନଦୀ ଭିତରେ ଆକାଶ ପାତାଳ ଫରକ ରହିଛି । ଆଗାମୀ ଦିନ ମାନଙ୍କରେ ଏ ସମସ୍ୟା ଲାଗି ରହିଲେ ଚାଷୀ ଏବଂ ମତ୍ସଜୀବୀ ମାନଙ୍କର ଆହାର ଉପରେ ପାହାର ପରି ମନେହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର