ଏହି ରାସ୍ତାଟି ଉଦଳା ବ୍ଲକ ଦୁଗୁଧା ଠାରୁ ବଳଭଦ୍ରପୁର ଅଞ୍ଚଳକୁ ସଂଯୋଗ କରୁଛି । ଏହି ରାସ୍ତା ଉପରେ ଦୁଇ ଗୋଟି ପଞ୍ଚାୟତ ନୂଆଗାଁ, କୁଣ୍ଡାବାଇ ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ତା' ସହିତ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡକୁ ସଂଯୋଗ କରୁଛି ଏହି ରାସ୍ତା । ହେଲେ ଏକ ବର୍ଷ ପୂର୍ବରୁ ତିଆରି ହୋଇଥିବା ଏହି ରାସ୍ତା ଏବେ ପୁରା ନଷ୍ଟ ହୋଇଯାଇଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ମାନେ ମଧ୍ୟ ଏହି ରାସ୍ତାରେ ଯିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଆମ୍ବୁଲାନ୍ସଟିଏ ମଧ୍ୟ ଆସିପାରୁନି।
ତେବେ ଏହି ରାସ୍ତାକୁ ନେଇ ପଚାରି ବୁଝିବାକୁ ଆମେ ପହଞ୍ଚିଥିଲୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ନିକଟରେ । ହେଲେ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ ।
ସବୁପରେ ଯଦି ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୩ କିଲୋମିଟର ଦୂରର ରାସ୍ତା ଅବସ୍ଥା ଏପରି । ତେବେ ଉପାନ୍ତ ଅଞ୍ଚଳରେ ଯେ ଅବସ୍ଥା କଣ ଥିବ ତାହା ଏଥିରୁ ସ୍ପଷ୍ଟ । ଏହି ଖବର ପରେ ଚେଇଁ ଶୋଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ନିଦ ଭାଙ୍ଗୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର