ନଚେତ୍ ଆପଣଙ୍କୁ ୩୦ କିଲୋମିଟରରୁ ଅଧିକ ବୁଲି ଯୀବାକୁ ପଡିବ। ଯାହା ଗ୍ରାମବାସୀଙ୍କ ପକ୍ଷେ ପ୍ରତିଦିନର କାହାଣୀ। ହେଲେ ଏହି ନଦୀ ଉପରେ ପୋଲ ନିମନ୍ତେ ଗ୍ରାମବାସୀମାନେ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରିକି ଗତ ପଂଚାୟତ ନିର୍ବାଚନରେ ଏହି ପୋଲ ସମସ୍ୟାକୁ ନେତାଙ୍କ ନିକଟରେ ରଖି ପୁରା ଗ୍ରାମବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏପରିକି ଏହି ନଦୀ ଭିତରେ ଗ୍ରାମବାସୀମାନେ ଖରା ଏବଂ ଶୀତ ଦିନରେ ଯେଣେତେଣେ ପ୍ରକାରେ ଯାଇ ଆସୁଥିଲେ ସୁଦ୍ଧା ବର୍ଷା ଦିନ ହେଲେ ତିନି ଗୋଟି ଗ୍ରାମ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଯାଏ। କେବଳ ସେତିକି ନୁହେଁ ଏହି ନଦୀର ଭରା ପାଣିରେ ଅନେକ ବାର କେତେ ଜଣ ଭାସି ମୃତ୍ୟୁବରଣ କରିଛନ୍ତି ତ ପୁଣି କେତେବେଳେ ଜନନୀ ଯନ୍ତ୍ରଣା ସାମ୍ନାକୁ ଆସିଛି।
ତେବେ ଏହି ନଦୀ ପାର ହୋଇ ଗ୍ରାମବାସୀ ପଂଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବାକୁ ଯିବା ସହିତ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟ ଯାଇଥାନ୍ତି। ଏହି ଗ୍ରାମ ଶିମିଳିପାଳର ପାଦଦେଶରେ ରହିଥିବା ବେଳେ ଏଠାକୁ ହାତୀ ଆସୁଥିବା ବେଳେ ହାତୀ ଘଉଡାଇବା ପାଇଁ ଏବଂ ତାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନବିଭାଗ କର୍ମଚାରୀ ମଧ୍ୟ ଏହି ରାସ୍ତାରେ ଯାଇଥାନ୍ତି। ଯାହାକି ସବୁବେଳେ ସମ୍ଭବ ହୋଇ ନ ଥାଏ।