ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଲଗାଣ ବର୍ଷାରେ ୫ ଫୁଟ ତଳକୁ ଦବିଲା ରାସ୍ତା । ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ରାସ୍ତା ପାଖରେ ଥିବା ୪ଟି ଘର । ଭୟଭୀତ ସ୍ଥାନୀୟ ଲୋକେ । ଗତକାଲି ରାତି ୮ଟା ସମୟରେ ଭୋଗରାଇ ବ୍ଳକ କୁଳିଦା ଗ୍ରାମର ଶିତଳା ମନ୍ଦିରକୁ ଯିବା ରାସ୍ତା ଧୀରେ ଧୀରେ ଦବୁଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ l ଆଜି ସକାଳେ ସେହି ରାସ୍ତାଟି ୧୦୦ ମିଟର ଧରି ୫ ଫୁଟ ତଳକୁ ଦବିଯାଇଥିଲା । ଫଳରେ ରାସ୍ତା ପାଖରେ ଥିବା ୪ଟି ଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତୁରନ୍ତ ପ୍ରଶାସନ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନରେ ଇତିହାସ ରଚିଛି ବିଜେପି। ପ୍ରଥମ ଥର ପାଇଁ କୌଣସି ଦଳ ଲଗାତାର ତୃତୀୟ ଥର ଲାଗି ହରିୟାଣାରେ ଗଠନ କରିବାକୁ ଯାଉଛି ସରକାର। ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସତ୍ତ୍ବେ ବିଜେପି ବନିଛି ହରିଆଣାର ବାଜିଗର। ଆଉ ଏହି ହ୍ୟାଟ୍ରିକ୍ ବିଜୟ ପଛରେ ରହିଛି ମୋଦିଙ୍କ ବିଶ୍ବସ୍ତ ସିପାହୀ ତଥା ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ଭୂମିକା। ଦେଖିବାକୁ ଗଲେ ଛୋଟିଆ ରାଜ୍ୟଟିଏ ହରିଆଣା। କିନ୍ତୁ ଏଠାକାର ରାଜନୈତିକ ସମୀକରଣ ଅତି ଜଟିଳ। ଲଗାତାର ଦୁଇଥର ହରିଆଣାରେ କ୍ଷମତାରେ ଥିବା ବିଜେପି ବିରୋଧରେ ଆଣ୍ଟି ଇକୋମ୍ବାସି ରହିବା ସ୍ବାଭାବିକ କଥା। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ନାୟବ ସିଂ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ବନାଇଥିଲା ବିଜେପି। ତଥାପି ଲୋକସଭା ନିର୍ବାଚନରେ କ୍ଷତିକୁ ରୋକିପାରିନଥିଲା ଦଳ। ପଦ୍ମ ଆସନ ସଂଖ୍ୟା ୧୦ରୁ ୫କୁ ଖସି ଆସିଥିଲା। ଆଉ ସାଧାରଣ ନିର୍ବାଚନ ପରେ ପ୍ରଥମ ବିଧାନସଭା ନିର୍ବାଚନ ହେବାକୁ ଥିଲା ଜମ୍ମୁ-କାଶ୍ମୀର ଓ ହରିୟାଣାରେ। ତାସହ ରାଜନୈତିକ ପଣ୍ଡିତଙ୍କ ଭବିଷ୍ୟବାଣୀ ଏବଂ ବିଭିନ୍ନ ଓପିନିୟନ ପୋଲର ଆକଳନ କହୁଥିଲା ଏଥର ବିଜେପି ହାତରୁ ହରିଆଣାର କ୍ଷମତା ଯିବା ଥୟ। ହରିଆଣାରେ ବିଜେପିକୁ ବିଜୟୀ କରିବା ଭଳି ଅସମ୍ଭବ ମନେ ହେଉଥିବା ଟାସ୍କକୁ ସମ୍ଭବ କରିବାର ଦାୟିତ୍ବ ଦଳ ଦେଇଥିଲା କେନ୍ଦ୍ରମନ୍ତ୍ରୀ
ଅଧିକ ପଢନ୍ତୁ : ହରିୟାଣାରେ ବିଜେପିର ହ୍ୟାଟ୍ରିକ ବିଜୟ: ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନାୟବ ସୈନୀ
ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ। ଆଉ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭରସା କରିଥିଲେ ତାକୁ ତଳେ ପକାଇବାକୁ ଦେଇନାହାନ୍ତି ଏହି ଓଡ଼ିଆ ନେତା। ହରିଆଣାର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଟିକେଟ୍ ବଣ୍ଟନ। ଜନ ଆକ୍ରୋଶର ଶିକାର ପୂର୍ବ ବିଧାନସଭାର ବହୁ ବିଧାୟକଙ୍କ ଟିକେଟ୍ କାଟି ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ଥିଲା ଅତି ଜଟିଳ ବ୍ୟାପାର। ଏଥିପାଇଁ ଦଳରେ ବଡ଼ ଧରଣର ବିଦ୍ରୋହର ଆଶଙ୍କା ଥିଲା। କିନ୍ତୁ ଧର୍ମେନ୍ଦ୍ର ସଫଳ ପରିଚାଳନା ଯୋଗୁଁ ପୁରୁଣା ବିଧାୟକଙ୍କ ଟିକେଟ୍ ବି କଟିଲା ଆଉ ବଡ଼ ବିଦ୍ରୋହ ଆଶଙ୍କା ବି ଟଳିଥିଲା। ସେହିପିର ଅନୀଲ ବିଜ୍ ଙ୍କ ପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ବରିଷ୍ଠ ନେତାଙ୍କୁ ନାୟବ ସିଂ ସୈନିଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ପାଇଁ ମ୍ୟାନେଜ କରାଇବା ଧର୍ମେନ୍ଦ୍ରଙ୍କ ସଫଳ ରାଜନୈତିକ ପରିଚାଳନର କମାଲ ଥିଲା। ଯେଉଁଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ବିଜେପି ତୃତୀୟ ଥର ପାଇଁ ହରିଆଣାରେ ପିନ୍ଧିଲା ବିଜୟ ମୁକୁଟ।
ଏହା ପ୍ରଥମ ନିର୍ବାଚନ ନୁହେଁ ଯେଉଁଥିରେ ନିର୍ବାଚନ ରଣନୀତିକାର ଭାବେ ନିଜର ଜଲୱା ଦେଖାଇଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ବହୁ ରାଜ୍ୟ ବିଧାନସଭାର ନିର୍ବାଚନର ପ୍ରଭାରୀ ଭାବେ ଦାୟିତ୍ବ ନେଇ ସେଠାରେ ପଦ୍ମ ଫୁଟାଇବାରେ ପ୍ରମୁଖ ଭୂମିକା ନିଭାଇ ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି। ଯେଉଁଥିପାଇଁ ଧର୍ମେନ୍ଦ୍ର ବନିପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ। ଆଉ ହରିଆଣା ବିଜୟ ସହ ସାରା ଦେଶର ଗଣମାଧ୍ୟମ ପୁଣିଥରେ ଏହି ପୋଲମାଷ୍ଟରଙ୍କର କରୁଛି ତାରିଫ୍।
ନୂଆଦିଲ୍ଲୀ: ହରିୟାଣାରୁ ନେଇ ଜମ୍ମୁ-କାଶ୍ମୀର ସବୁଠି କଂଗ୍ରେସ୍ ଚିତପଟାଙ୍ଗ । ହାତ ଦଳର ବିଭାଜନକାରୀ ରାଜନୀତିକୁ ରିଜେକ୍ଟ କଲେ ଜନତା । ଦେଶ ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳଙ୍କ ସହ ହାତ ମିଳାଇବା କଂଗ୍ରେସ ପାଇଁ ପଡୁଛି ମହଙ୍ଗା । ପ୍ରଧାନମନ୍ତ୍ରୀଙ୍କ ସହ ଛିଡ଼ା ହୋଇଛନ୍ତି ଦେଶର ଗରିବ ସେନା । ପ୍ରଥମେ ଏକଜିଟ୍ ପୋଲର ଆକଳନ, ଆଉ ଆଜି ସକାଳୁ ଭୋଟ୍ ଗଣନା ଆରମ୍ଭ ହେବାର କିଛି ସମୟ କଂଗ୍ରେସ ଶିବିରରେ ଭରିଦେଲା ଉଲ୍ଲାସ। ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ହେବା ପରେ ବାଜା, ବାଣ, ରୋସଣି ସାଙ୍ଗକୁ ମିଠା ଧରି ନାଚିଲେ କଂଗ୍ରେସ କର୍ମୀ । ଦିଲ୍ଲୀ ଏଆଇସିସି ହେଡ୍ କ୍ବାର୍ଟରରେ ବି ଜମିଥିଲା ଗହଳି । ହେଲେ କାଉଣ୍ଟିଂର ଘଣ୍ଟାଏ ବିତୁ ବିତୁ ପାଲଟିବାରେ ଲାଗିଲା ବାଜି। ଶୂନଶାନ୍ ହୋଇଗଲା କଂଗ୍ରେସ ଅଫିସ୍ । ପୁଣି ଥରେ କଂଗ୍ରେସ କର୍ମୀଙ୍କ ଭିତରେ ଦେଖାଗଲା ହତାଶା, କାରଣ ହରିୟାଣା ଓ ଜାମ୍ମୁ ଓ କାଶ୍ମୀର ଦୁଇଟି ଯାକ ବିଧାନସଭା ନିର୍ବାଚନରେ କଂଗ୍ରେସ ହୋଇଯାଇଛି ପ୍ରାୟ ସଫା।
ହରିୟାଣାରେ ବିଜୟ ପାଇଁ କଳ, ବଳ, କୌଶଳ ସବୁ ଆପଣାଇଥିଲା କଂଗ୍ରେସ। ଜାଟ୍ ଭୋଟ୍ ଧ୍ରୁବୀକରଣ ପାଇଁ ଉଦ୍ୟମ କଲେ, ଅଗ୍ନିବୀର, କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କଲେ। ରାହୁଲ-ପ୍ରିୟଙ୍କା ହରିୟାଣାରେ ମାରାଥନ୍ ରାଲି ଓ ରୋଡ଼ ସୋ କଲେ । କିନ୍ତୁ ବଦଳିଲାନାହିଁ କଂଗ୍ରେସର ଭାଗ୍ୟ। ସ୍ଥିତି ଯଥା ପୂର୍ବଂ ତଥା ପରଂ। ପ୍ରଧାମନ୍ତ୍ରୀ ମୋଦି ମାତ୍ର ଚାରିଟି ରାଲିରେ ହିଁ ହରିୟାଣାରେ ସବୁ ରେକର୍ଡ ଭାଙ୍ଗି ଚୁରମାର କରିଦେଲେ । ଆଣ୍ଟି ଇନକମ୍ବାନ୍ସିଂ ପ୍ରୋ ଇନକମ୍ବାନ୍ସି ପାଲଟିଲା। ମୋଦିଙ୍କ ସହ ଛିଡ଼ା ହେଲେ ଦେଶର ଗରିବ ଆର୍ମି ।
ହରିୟାଣା ହେଉ କି ଜମ୍ମୁ କାଶ୍ମୀର କୌଣସି ଠାରେ ବି କଂଗ୍ରେସକୁ ବିଶ୍ବାସକୁ ହିଁ ନେଇନାହାନ୍ତି ଜନତା। ଜମ୍ମୁ-କାଶ୍ମୀରରେ ଏନସି ସହ ମିଶି କଂଗ୍ରେସ ନିର୍ବାଚନ ଲଢ଼ିଥିବାବେଳେ ସେଠାରେ ବି ଆସନରେ ଦୁଇ ଅଙ୍କ ଛୁଇଁ ପାରିନାହିଁ ରାହୁଲଙ୍କ ଦଳ। ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ହେଲା ପ୍ରଥମ ନିର୍ବାଚନ। ଯେଉଁ ଧାରା 370କୁ ନେଇ ଘାଟିରେ ରହିଛି ଲୋକଙ୍କ ସେଣ୍ଟିମେଣ୍ଟ, ତାକୁ ପ୍ରସଙ୍ଗ କରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି କରିବାକୁ ଆହ୍ବାନ ଦେଲା ନ୍ୟାସନାଲ୍ କନଫରେନ୍ସ। କିନ୍ତୁ ଏମିତି ଦେଶ ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳଙ୍କ ସହ ହାତ ମିଳାଇବା କଂଗ୍ରେସ ପାଇଁ ମହଙ୍ଗା ପଡୁଛି । ଦେଶର ଅନ୍ୟ ସ୍ଥାନରେ କଂଗ୍ରେସର ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡୁଛି। ୨୦୨୪ ସାଧାରଣ ନିର୍ବାଚନରେ ୟୁପିରେ ଅଖିଳେଶଙ୍କ କାନ୍ଧରେ ଆଉ ମହାରାଷ୍ଟ୍ରରେ ଶରଦ ପାୱାର ଆଉ ଉଦ୍ଧବ ଠାକରେଙ୍କ ହାତ ଧରି କଂଗ୍ରେସ ୯୯ ପର୍ଯ୍ୟନ୍ତ ସିନା ପହଞ୍ଚିଯାଇଥିଲା । କିନ୍ତୁ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବୃଦ୍ଧି ନେଇ କଂଗ୍ରେସ ଯେଉଁ ଛାତି ପିଟୁଥିଲା ତାହା ଆଜି ପୁଣି ଫୁସକି ଯାଇଛି । କଂଗ୍ରେସକୁ ଦେଶବାସୀ ରିଜେକ୍ଟ କରିସାରିଥିବା ନେଇ ବିଜେପି ଯାହା ଦାବି କରି ଆସୁଥିଲା ତାହା ପୁଣି ଥରେ ପ୍ରମାଣିତ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର