ଅଧିକ ପଢନ୍ତୁ : ପାଟଣାରେ ଭାଲୁ ଆତଙ୍କ

ଅର୍ଗସ ବ୍ୟୁରୋ : ଦିନ ଦ୍ବିପ୍ରହରରେ ଗାଁ ଦାଣ୍ଡରେ ବୁଲିଲା ଭାଲୁ । ଭାଲୁ ଭୟରେ ଘଣ୍ଟାଏ କାଳ ରାସ୍ତା ହେଲା ବନ୍ଦ। କେନ୍ଦୁଝର ପୁରୁଣାବନ୍ଧଗୋଡା ଧନେଇପିଠରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଗାଁ ଦାଣ୍ଡରେ ଭାଲୁଟି ବୁଲିବାରୁ ଲୋକେ ଭୟଭୀତ ହୋଇପଡିଥିଲେ । ତେବେ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଜଙ୍ଗଲ ଭିତରକୁ ଘଉଡାଇଥିଲେ ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ କାଳବୈଶାଖୀର ମହତାଣ୍ଡବ ଦେଖିବାକୁ ମିଳିଛି । ଭାଙ୍ଗି ଦେଇଛି ଅନେକ ଘର ସହିତ ଲକ୍ଷାଧିକ ଟଙ୍କାର ଫାର୍ମ ହାଉସ । ଏଥିସହିତ ଗୋଟିଏ ନିରୀହ ଜୀବନ ମଧ୍ୟ ଅକାଳରେ ଚାଲି ଯାଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ଅନ୍ତର୍ଗତ ନୂଆପାଣି ଗାଁର ଅଚ୍ୟୁତ ଦିଆଣି । ଅଚ୍ୟୁତ ବଜ୍ରାଘାତର ଶିକାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନୂଆପାଣି ଗାଁର ପ୍ରକାଶ ସାମଲଙ୍କର ଫାର୍ମ ହାଉସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁନମାର ହୋଇଯାଇଛି ।
ଫଳରେ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିପରି ମହାବିରୋଡ଼ ଥାନା ଡୋଲିଆ -ସମାକୁଦ ରାସ୍ତାରେ ଏକ ବଡ଼ ଗଛ ଇଲେକ୍ଟ୍ରିକ ଖୁଣ୍ଟି ଉପରେ ଖସି ପଡିବା ଯୋଗୁଁ କଙ୍କଡାହାଡ଼-କେଉଁଝର ଯାତାୟାତ ଠପ ହୋଇଯାଇଛି । ଏଥିସହିତ ପ୍ରାୟ ୬ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ପ୍ରାୟ ୨ ଘଣ୍ଟା ଧରି ଯାତ୍ରୀବାହୀ ବସ୍ ଅଟକି ରହିଥିଲା । ସେପଟେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁକୁ ନେଇ ନୂଆପାଣି ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ବଲାଙ୍ଗିର: ଗୋଚର ଜମି ଯବର ଦଖଲ କୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବାହାଲବୁକା ଏବଂ ଗଣ୍ଡବାହାଲ ମଧ୍ୟରେ ସଂଘର୍ଷ ଘଟିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ବାହାଲବୁକା ଗ୍ରାମରେ ଥିବା ଗୌଚର ଜମିକୁ ଗଣ୍ଡବାହାଲ ଗ୍ରାମର କିଛି ବ୍ୟକ୍ତି ଜେସିବି ଆଣି ଜମି ସାଯିବା ପାଇଁ ପ୍ରୟାସ ଆରମ୍ବ କରିଥିବା ବେଳେ ଏହାକୁ ବାହାଲବୁକା ଗ୍ରାମର ଏସଏଚଜି ମହିଳା ମାନେ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଜଣେ ବୃଦ୍ଧାଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିବା ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର: ରାଜ୍ୟରେ ଏମିତି ଚାଲିଛି ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା । ଟଙ୍କା ନେଇ ଉପରିସ୍ଥ ଅଧିକାରୀ ଆଶାୟୀଙ୍କୁ ଦେଉଛନ୍ତି ଚାକିରି । ପୁଣି ଚୁକ୍ତି ମୁତାବକ ପଇସା ଦେଇନପାରିଲେ ଚାକିରିରୁ ବାହାର କରୁଛନ୍ତି । ଉପରିସ୍ଥ ଅଧିକାରୀ ଧମକ ମଧ୍ୟ ଦେଉଛନ୍ତି, ଅଭିଯୋଗ କଲେ ବି ତାଙ୍କର କେହି କିଛି କରିପାରିବେନି ବୋଲି କହୁଛନ୍ତି ।
ପୁଣି ବିଭାଗରେ ତଳୁ ଉପର ଯାଏ ସମସ୍ତେ ପଇସା ଖାଉଥିବା ସ୍ବୀକାର ମଧ୍ୟ କରୁଛନ୍ତି । ଆମେ ଆପଣଙ୍କୁ ଏହାର ପ୍ରମାଣ ମଧ୍ୟ ଦେଉଛୁ । ଶୁଣନ୍ତୁ ଏବେ ଛଟେଇ ହୋଇଥିବା ଧନ୍ଦାମୂଳକ ପ୍ରଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ସମ୍ବିତ ନାଏକ ଓ ଆସେନସିଭ ଡିରେକ୍ଟର ସୌମ୍ୟରଞ୍ଜନ ସାହୁଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
