ମୃତକ ହେଲେ ହୃଷୀକେଶ ମୁଦୁଲି। ଗୁରୁତର ହେଲେ କନକଲତା ମୁଦୁଲି। ଅନ୍ୟ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁରରେ ସଶସ୍ତ୍ର ଡକାୟତି। ଘରେ ପଶି ଗୋଟିଏ ପରିବାରର ଚାରି ଜଣଙ୍କ ବେକ କାଟି ଲୁଟପାଟ କଲେ ଡକାୟତ। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା।
ମୃତକ ହେଲେ ହୃଷୀକେଶ ମୁଦୁଲି। ଗୁରୁତର ହେଲେ କନକଲତା ମୁଦୁଲି। ଅନ୍ୟ ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର: ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି।
ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବିଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି l ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦାଠାରେ ରେକର୍ଡ କରାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତ ଆଗରେ କାନାଡା ପିମ୍ପୁଡି ପରି। ଭାରତ ହାତୀ ହେଲେ କାନାଡା ପିମ୍ପୁଡି ବୋଲି କହିଲେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍। ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର।
ବିଶେଷକରି, ଭାରତ ମହାସାଗର ବେସିନ୍ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍ ଉନ୍ନତ ବୋଲି କହିଛନ୍ତି ପେଣ୍ଟାଗନର ପୂର୍ବତନ ଅଧୀକାରୀ। ଏହା ସହିତ ଆମେରିକା , କାନାଡା ଏବଂ ଭାରତ ମଧଯରେ ନିଶ୍ଚିତ ଭାବରେ ଭାରତ କୁ ସମର୍ଥନ କରିବା ଠିକ୍ ହେବ ବୋଲି ମଧଯ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: