ତେବେ କିଛି ଦିନ ହେବ ତାଙ୍କୁ ଶାସକ ଦଳର କିଛି କୁଚକ୍ରୀ ଗୋଷ୍ଠୀର ବ୍ୟକ୍ତି ଭୋଜି କରିବା ପାଇଁ ମାଗଣାରେ ମେଣ୍ଢା ମାଗିଥିଲେ । ଯାହାକୁ ନେଇ ଗତ 3ମାସ ହେବ ମୋହନଙ୍କୁ ହଇରାଣ ହରକତ କରୁଥିଲେ । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ଗୁହାଳରେ ପଶି ୪୦ଟି ମେଣ୍ଢାର ବେକ କାଟି ମାରିଦେଇଥିଲେ। ମୋହନ ଜଣେ ଭୁମହୀନ ବ୍ୟକ୍ତି ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ମେଣ୍ଢା ଚାଷ କରି ଆତ୍ମନିର୍ଭରଶିଳ ହୋଇଥିଲେ ॥ତେବେ ତାଙ୍କ ପରିବାର ଲୋକେ ହତାଶ ହୋଇ ନ୍ୟାୟ ସହାୟତା ଭିକ୍ଷା କରିଛନ୍ତି।
ଓଡ଼ିଶାରେ ଘଟୁଥିବା ଅପରାଧ ଖବର ଆହୁରି ପଢ଼ନ୍ତୁ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪୦ଟି ମେଣ୍ଢା ମାରିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪୦ଟି ମେଣ୍ଢା ମାରିଦେଲେ ଦୁର୍ବୃତ୍ତ । ରାଜନୈତିକ ହିଂସା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମେଣ୍ଢା ଚାଷୀର ୪୦ଟି ମେଣ୍ଢାକୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମାରିଦେଇଥିବା ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଯଦୁପୁର ପଂଚାୟତ କଳାଗଡ଼ ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗ୍ରାମର ମେଣ୍ଢା ଚାଷୀ ମୋହନ ଦାସ ଦୀର୍ଘ 15ବର୍ଷ ହେବ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ।
Download Argus News App
