ପୁରୀ: ନାଗାସାଧୁ ବୈଷ୍ଣବ ପୁରୀଙ୍କୁ ଜେଲରୁ ମୁକ୍ତି ଦାବିରେ ଧାରଣା ଦେଲେ ସାଧୁସନ୍ଥ । ଦେଶର ବିଭିନ୍ନ ପ୍ରାନ୍ତରେ ସାଧୁସନ୍ଥ ଏକାଠି ହୋଇ ମିଥ୍ୟା ମାମଲାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ମୌନ ବ୍ରତ ପାଳନ କରି ଦାବି ଜଣାଇଛନ୍ତି ସାଧୁସନ୍ଥ । ଦୀର୍ଘ 20 ଦିନ ହେଲାଣି ସାଧୁ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଯାହାକୁ କି ସାଧୁସନ୍ଥ ବିରୋଧ କରିଛନ୍ତି ।
ବିଭିନ୍ନ ସମୟରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବିରୋଧରେ ସ୍ବର ଉଠାଇ ଆକ୍ରୋଶର ଶିକାର ହୋଇଛନ୍ତି ବୈଷ୍ଣବ ପୁରୀ । ରୋହିଣୀ କୁଣ୍ଡରେ ଭକ୍ତଙ୍କ ଦର୍ଶନ ପାଇଁ ପଟ୍ଟା ଖୋଲି ଗିରଫ ହୋଇଛନ୍ତି ଏହି ନାଗା ବାବା । ତାଙ୍କ ନାଁରେ ଅଧେଜଡନ୍ରୁ ଅଧିକ ଦଫା ଲାଗିଛି । ମାଡ ମରାଯିବା ସହ ପୁରୀ ଜେଲ୍ରୁ ନାଗାବାବାଙ୍କୁ ପଠାଇ ଦିଆଯାଇଛି ଦୌଦ୍ବାର ଜେଲ୍କୁ । ଏ ଭାଇରାଲ୍ ଚିଠି ନାଗା ବାବା ଜେଲ୍ରୁ ଲେଖିଥିବା ଦାବି ହେଉଛି ।
ଏଥିରେ ଉଲ୍ଲେଖ କରାଯାଇଛି ତାଙ୍କୁ ପାଗଳ ବୋଲି ଘୋଷଣା କରିବା ପାଇଁ ରାଜନୈତିକ ଷଡଯନ୍ତ୍ର କରାଯାଇଛି । ଭୁବନେଶ୍ବର ପିଏମ୍ଜିର ବୈଷ୍ଣବ ପୁରୀଙ୍କ ଗିରଫଦାରିକୁ ବିରୋଧ କରାଯାଇଛି । ସାଧୁସନ୍ଥ ସମାଜ, ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ସାଧାରଣ ଜନତା ଏକାଠି ହୋଇ ନାଗାବାବାଙ୍କ ଉପରେ ଲାଗିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ କାରାଗାରରୁ ମୁକ୍ତି ପାଇଁ ଦାବି କରିଛନ୍ତି । ତା ସହିତ ଜଗନ୍ନାଥ ସଂସ୍କୃତିକୁ ରାଜ୍ୟ ସରକାର ଅବହେଳା କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ହେଉ କିମ୍ବା ଶ୍ରୀମନ୍ଦରି ନ ଖୋଲିବା ପାଇଁ ଚାଲ ହେଉ । ମୁଖା ଖୋଲିଥିବାରୁ ଏବ୍ ଜଗନ୍ନାଥ ସଂସ୍କୃତିକୁ ପାଇଁ ଲଢେଇ କରୁଥିବାରୁ ବୈଷ୍ଣବ ପୁରୀଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ମିଥ୍ୟା ମାମଲା ଲଗାଇ ୨୦ରୁ ଅଧିକ ଦିନ ହେଲା ଜେଲରେ ଅଛନ୍ତି ନାଗା ବାବା । ଭୁବନେଶ୍ବର ସହ କେନ୍ଦୁଝରର ଛେନାପଦରେ ବି ପ୍ରତିବାଦ କରାଯାଇଛି ।