ବାଲି ମାଫିଆ ମାନେ ରାଜନେତାଙ୍କ ଛତ୍ରଛାୟାରେ ରାଜସ୍ବ ଲୁଟୁଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତିବାଦ କଲେ ମାଫିଆ ମାନେ ଗ୍ରାମବାସୀଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ବାଲେଶ୍ବର ଜିଲ୍ଲାପାଳ ଓ ଏସ୍ପି ତୁରନ୍ତ ଆକ୍ସନ ନେବାକୁ ଦାବି ହୋଇଛି ।
ଦିନ ରାତି ଚାଲିଛି ବେଧଡ଼କ ବାଲି ଲୁଟ୍

ବାଲେଶ୍ୱର: ନୀଳଗିରି ସୋନ ନଦୀରୁ ବାଲି ଲୁଟିନେଲେ ମାଫିଆ । ଦିନ ରାତି ଚାଲିଛି ବେଧଡ଼କ ବାଲି ଲୁଟ୍ । ନଦୀ ପଠାରେ ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ଏହା ଅଚଳ ଥିବାରୁ ବାଲି ଲୁଟ୍ ରୋକିବାରେ ବିଫଳ ହୋଇଛି ପ୍ରଶାସନ । ସେପଟେ ସବୁ ଜାଣି ନୀଳଗିରି ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି ।
Download Argus News App
