ଯାହାକୁ ନେଇ ବେଶ ଉତ୍ସାହିତ ରହିଛି ବନ ବିଭାଗ । ତେବେ ଏସବୁ ଶାବକଙ୍କୁ ସୁରକ୍ଷିତ ରଖିବା ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଶାବକଙ୍କ ଗତିବିଧି ଜାଣିବା ପାଇଁ ସିସିଟିଭି ଦ୍ବାରା ନଜର ରଖାଯିବ ବୋଲି କହିଛନ୍ତି ଡ଼ିଏଫଓ । ସେହିପରି ବଳଦମରା ଅଞ୍ଚଳକୁ ଯେପରି କୌଣସି ବ୍ୟକ୍ତି ଯାଇନପାରନ୍ତି ସେଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ଗତବର୍ଷ ମଧ୍ୟ ୨୮ଟି ଘଡ଼ିଆଳ ଶାବକ ଜନ୍ମ ନେଇଥିଲେ ମଧ୍ୟ ସୁରକ୍ଷା ଅଭାବରୁ ୨୫ଟି ଶାବକ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଟି ଶାବକଙ୍କୁ ପୁରୀ କେନାଲରୁ ଉଦ୍ଧାର କରାଯିବା ପରେ ନନ୍ଦନକାନନରେ ରଖାଯାଇଛି ।