ସମୁଦ୍ର ଆଁରେ ହଜି ଯିବ କି ବାଲେଶ୍ବର ସଦର ବ୍ଲକର ସମୁଦ୍ର କୂଳିଆ ଗାଁସବୁ? ଯେଉଁ ସମୁଦ୍ର ଦିନେ ଗାଁଠୁ 3 କିଲୋମିଟର ଦୂରରେ ଥିଲା, ଏବେ ଲୋକଙ୍କ ବାଡ଼ି ପଟେ ଭାଙ୍ଗୁଛି ଲହଡି । ସୁରକ୍ଷା ପ୍ରାଚୀର ସାଜିଥିବା ଝାଉଁ ଜଙ୍ଗଲର ଅଧାରୁ ଅଧିକ ଗ୍ରାସ କରିସାରିଲାଣି ସମୁଦ୍ର ଢେଉ। ଉଚ୍ଚ ବାଲି ବନ୍ଧ ବି ଧୋଇ ହୋଇଗଲାଣି। ବାତ୍ୟା ନାଁ ଶୁଣିଲେ ଗାଁ ଲୋକଙ୍କ ମନରେ ପଶୁଛି ଛନକା । ୟାସ୍ ବାତ୍ୟା ବେଳେ ତ ଝାଉଁ ବଣ ଡେଇଁ ଗାଁ ଭିତରକୁ ମାଡ଼ିଆସିଥିଲା ସମୁଦ୍ରପାଣି। ପରଖି, ପନ୍ତା, ତାଳବରେଇ, ମାଝୀ ଚୋକ, ଲୁଣାପାହି, ହରିପୁର,ଗୋକୁଳପୁର, ହଣାଗଟ ଓ ନନ୍ଦଚକ ଆଦି ଗାଁର ଅସ୍ତିତ୍ବ ଏବେ ସଙ୍କଟରେ।
ଗାଁଲେକେ ଜିଲ୍ଲା ପ୍ରଶାସନଠୁ ସ୍ଥାନୀୟ ରାଜନେତାଙ୍କ ଯାଏ ଏ ସମସ୍ୟ ସମ୍ପର୍କରେ ବାରମ୍ବାର ଜଣାଇ ଆସୁଛନ୍ତି । ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି। ବାଲେଶ୍ବର ସଦର ବିଧାୟକ ସ୍ୱରୂପ ଦାସ କହିଛନ୍ତି ଅର୍ଥ ମଞ୍ଜୁର ହୋଇସାରିଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ପଥରବନ୍ଧ କାମ ଆରମ୍ଭ ହେବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।